ଆସୁଛନ୍ତି ଓଲିଉଡର ଏହି ନୂଆ ଯୋଡି

ଭୁବନେଶ୍ୱର: ଏବର୍ଷ ପୁଣି ଜଣେ ନାୟକ ଓଲିଉଡକୁ ଫେରିବେ ବୋଲି କୁହାଯାଉଛି । କେତେଜଣ ନାୟକ ସକ୍ରିୟ ଅଛନ୍ତିି । ଏହି ନାୟକଜଣକ ହେଲେ ସୁନୀଲ୍‌ କୁମାର ,ଯାହାଙ୍କୁ ଗତ ବର୍ଷ କୌଣସି ଓଡ଼ିଆ ସିନେମାରେ ଦେଖିବାକୁ ପାଇ ନଥିଲେ ଦର୍ଶକ। ହେଲେ ଏ ବର୍ଷ ଏହି ନାୟକ ପୁଣି ଓଡ଼ିଆ ଛବିରେ ନଜର ଆସିବେ ବୋଲି ଆଶା କରାଯାଇପାରେ। ବିଶେଷକରି ସୁନୀଲ କୁମାରଙ୍କୁ ଅନ୍ତତଃପକ୍ଷେ ଗୋଟିଏ ସିନେମାରେ ଦେଖିବାର ସମ୍ଭାବନା ରହିଛି। ଏହି ସିନେମାରଏହି ସିନେମାର ଶୀର୍ଷକ ହେଲା ‘ବାଲିଘର’ । ଏଥିରେ ନାୟକ ଭୂମିକାରେ ଅଛନ୍ତି ସୁନୀଲ୍‌ କୁମାର ।

କାହାଣୀ ଅନୁଯାୟୀ ସୁନୀଲ୍‌ ହେଉଛନ୍ତି ଜଣେ ଆର୍ମି ଅଫିସର ଯିଏ ଜଣେ ଗାଉଁଲି ଝିଅ ପ୍ରେମରେ ପଡ଼ି ଯାଇଛନ୍ତି । ଏଥିରେ ତାଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅଛନ୍ତି ପୂଜା କର । ଘରକୁ ଛୁଟିରେ ଆସିଥିବା ବେଳେ ସେ ଏହି ଗାଉଁଲି ଝିଅର ପ୍ରେମରେ ପଡ଼ିଛନ୍ତି । ତେବେ ଏଦୁହିଁଙ୍କ ପ୍ରେମ କାହାଣୀ କି ରୂପ ନେଉଛି ତାହା ଜାଣିବାଲାଗି ଆପଣଙ୍କୁ‘ବାଲିଘର’ ରିଲିଜ୍‌ ହେବା ଯାଏଁ ଅପେକ୍ଷା କରିବାକୁ ପଡ଼ିବ । ସୁନୀଲ-ପୂଜା ଯୋଡିଙ୍କର ଏହା ପ୍ରଥମ ସିନେମା। ଯଦି ‘ବାଲିଘର’ ରିଲିଜ୍‌ ହୁଏ ତେବେ ଏହି ଚଳଚ୍ଚିତ୍ରରେ ଦର୍ଶକ ଭେଟିବେ ଏକ ନୂଆ ଯୋଡିକୁ । ବରିଷ୍ଠ ଅଭିନେତା ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର