ସଂପର୍କରେ ଫାଟ : ପରସ୍ପରକୁ ଅନ୍ଫଲୋ କଲେ ସୁସ୍ମିତାଙ୍କ ଭାଇ-ଭାଉଜ
ମୁମ୍ବାଇ : ଟେଲି ଅଭିନେତ୍ରୀ ଚାରୁ ଅସୋପା ଓ ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଭାଇ ରାଜୀବଙ୍କ ବିବାହ ଜୁନ୍ ୧୬, ୨୦୧୯ରେ ହୋଇଥିଲା । ଦୁହେଁ ଖୁବ୍ ଆଡ଼ମ୍ବରରେ ଗୋଆରେ ବିବାହ କରିଥିଲେ । ବିବାହ ପରେ ସେମାନଙ୍କ ବିବାହର ଫଟୋ ଓ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । କିନ୍ତୁ ଏବେ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିବା ଜଣା ପଡ଼ିଛି । ଦୁହିଁଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏହା ସ୍ପଷ୍ଟ କରିଛି । ଦୁହେଁ ପରସ୍ପରକୁ ଇନ୍ଷ୍ଟାଗ୍ରାମ୍ରୁ ଅନ୍ଫଲୋ କରିବା ସହ ନିଜର ପ୍ରୋଫାଇଲ ଫଟୋ ମଧ୍ୟ ବଦଳାଇ ଦେଇଥିବା ଦେଖାଯାଇଛି । ପୂର୍ବରୁ ଦୁହିଁଙ୍କର ସାଥୀରେ ପ୍ରୋଫାଇଲ ଫଟୋ ଥିବା ବେଳେ ଏବେ ଦୁହେଁ ନିଜ ନିଜର ଫଟୋ ରଖିଥିବା ଦେଖିବାକୁ ମିଳିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ,କିଛି ଦିନ ତଳେ ଚାରୁ ଏକ ଅଜବ ପୋଷ୍ଟ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ । ପୋଷ୍ଟରେ, ଚୁପ୍ ଥିଲି ଜୀବନ ଭଲରେ କଟୁଥିଲା । କିନ୍ତୁ ଏବେ କହିବା ଆରମ୍ଭ କରିବାରୁ ସବୁ ବଦଳିଗଲା ବୋଲି ଲେଖିଥିଲେ ଚାରୁ । ତାଙ୍କର ଏଭଳି ପୋଷ୍ଟ ଏବଂ ଇନ୍ଷ୍ଟାରୁ ପରସ୍ପରକୁ ଅନ୍ଫଲୋ କରିବା ପରେ ଦୁହିଁଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇ ଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ପ୍ରକୃତରେ କଥା କ’ଣ ତାହା ଆଗକୁ ଜଣା ପଡ଼ିବ ।