ଭୁବନେଶ୍ୱର: ଓଲିଉଡର ଜଣେ ଜଣାଶୁଣା ନାୟକ ସମ୍ବିତ ଏ ବର୍ଷ ତାଙ୍କର ଦୁଇ ନୂଆ ପାର୍ଟନରଙ୍କ ସହ ପରଦାକୁ ଆସିବେ। ଏଥିମଧ୍ୟରୁ ଜଣେ ହେଲେ ସଂପୂର୍ଣ୍ଣ ନବାଗତା ଏବଂ ଆରଜଣକ ଅଳ୍ପ ପରିଚିତା । ସମ୍ବିତ୍ ଇତିମଧ୍ୟରେ କେତେ ଜଣ ନାୟିକାଙ୍କ ବିପକ୍ଷରେ କାମ କରିସାରିଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ନବାଗତା ବି ଅନ୍ତର୍ଭୁକ୍ତ । ଚଳିତ ମାସରେ ମୁକ୍ତିଲାଭ କରିବାକୁ ଯାଉଥିବା ‘ହାପି ଲକି’ରେ ସମ୍ବିତ୍ ଯେଉଁ ନବାଗତାଙ୍କ ସହ ନଜର ଆସିବେ ସେ ହେଲେ ସସ୍ମିତା।‘ହାପି ଲକି’ର ନିର୍ଦ୍ଦେଶକ ହେଲେ ସୁଧାଂଶୁମୋହନ ସାହୁ।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ସମ୍ବିତ୍ ଓଲିଉଡର ଅଳ୍ପ ପରିଚିତା ଜଣେ ନାୟିକା ସହ ପ୍ରଥମ ଥର ଲାଗି ସ୍କ୍ରିନ୍ ସେଆର୍ କରିଛନ୍ତି । ସେ ହେଲେ ଅଙ୍କିତା । ଅଙ୍କିତା ପୂର୍ବରୁ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ମିଠାମିଠା’ରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଦର୍ଶକ ସମ୍ବିତଙ୍କ ସହିତ ଅଙ୍କିତାଙ୍କୁ ପ୍ରଥମ ଥର ପାଇଁ ଯେଉଁ ସିନେମାରେ ଦେଖିବାକୁ ପାଇବେ, ତାହା ହେଲା ‘ ମନ ଖାଲି ତତେ ଚାହେଁ ’ । ଏହାର ନିର୍ଦ୍ଦେଶକ ହେଲେ ନିମାଇଁ ଓଝା । ଏହି ସିନେମାରେ ସମ୍ବିତ- ଅଙ୍କିତାଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ । ଏହା ଏକ ଲଭ୍ଷ୍ଟୋରି । କୁହାଯାଉଛି ଯେ ଫିଲ୍ମରେ ସମ୍ବିତଙ୍କ ଭୂମିକାଟି ଯେମିତି ଦମଦାର୍, ଅଙ୍କିତାଙ୍କ ଅଭିନୀତ ଚରିତ୍ରଟି ବି ସେମିତି ବଳିଷ୍ଠ । ଏହି ସିନେମାରେ ଅନୀତା ଦାସଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।
ଏଠାରେ ସୂଚନାଯୋଗ୍ୟ ଯେ ସମ୍ବିତ ପ୍ରେମ ଓ୍ଵଡସ ପ୍ରିୟା, ବାଳୁଙ୍ଗା ଟୋକା, ଓମ୍ , ଗଞ୍ଜା ଲଢ଼େଇ, ସଲାମ୍ ସିନେମା , ଚଉକା ଛକା, ବନ୍ଧନ, କଟକ-ଦ ସିଲଭର ସିଟି, ଆଶିକ୍ , ‘ଲେଖିଛି ନାଆଁ ତୋର’ଏବଂ ଛାତି ତଳେ ଡିଂ ଡଙ୍ଗ୍ ଇତ୍ୟାଦି ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି ।