ମିଛ ଖବର ଛାପି ଥିବାରୁ ୧୦୦କୋଟିର ମାନହାନୀ ମକଦ୍ଦମା କଲେ ନଓ୍ଵାଜୁଦ୍ଦିନ୍‌ଙ୍କ ଭାଇ

ମୁମ୍ବାଇ: ବଲିଉଡ୍‌ ଅଭିନେତା ନଓ୍ଵାଜୁଦ୍ଦିନ ସିଦ୍ଦିକୀଙ୍କ ଭାଇ ଶମ୍‌ସୁଦ୍ଦିନ୍‌ ସିଦ୍ଦିକୀ ଏକ ପ୍ରକାଶନୀ ସଂସ୍ଥା ଉପରେ ୧୦୦କୋଟିର ମାନହାନୀ ମକଦ୍ଦମା କରିଥିବା ଜଣା ପଡ଼ିଛି । ଫିଲ୍ମ ‘ବୋଲେ ଚୁଡିଆଁ’ରୁ ନିର୍ଦ୍ଦେଶନା ଆରମ୍ଭ କରୁଥିବା ଶମ୍‌ସୁଦ୍ଦିନ୍‌ଙ୍କ ଚରିତ୍ରକୁ ନେଇ ଏକ ପ୍ରକାଶନୀ ପ୍ରକାଶନୀ ସଂସ୍ଥାରେ ମିଛ ଖବର ଛପା ଯାଇଥିଲା । ସୁଟିଂ ସେଟ୍‌ରେ ଶମ୍‌ସୁଦ୍ଦିନ୍‌ ମହିଳାଙ୍କୁ ଭଲ ବ୍ୟବହାର କରନ୍ତି ନାହିଁ ବୋଲି ଖବର ଛାପିବାରୁ ଶମ୍‌ସୁଦ୍ଦିନ ମାନହାନୀ ମକଦ୍ଦମା କରିଛନ୍ତି । କୌଣସି ପ୍ରକାରର ଯାଞ୍ଚ ନ କରି ମନ ଇଚ୍ଛା ଏଭଳି ମିଛ ଖବର ଛାପି ଥିବାରୁ ଶମ୍‌ସୁଦ୍ଦିନ ୧୦୦କୋଟି ଟଙ୍କାର ମାନହାନୀ ମକଦ୍ଦମା କରିଛନ୍ତି । ଅନ୍ୟ ପକ୍ଷରେ, ଏ ନେଇ ନିଜର କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ଅଭିନେତା ନଓ୍ଵାଜୁଦ୍ଦିନ ।

zimbio.com

ସୂଚନା ମୁତାବକ, ଶମ୍‌ସୁଦ୍ଦିନଙ୍କ ଫିଲ୍ମ ‘ବୋଲେ ଚୁଡିଆଁ’ରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ମୌନୀ ରଏ ଏବଂ ନଓ୍ଵାଜୁଦ୍ଦିନ ନଜର ଆସିବେ ବୋଲି ଜଣା ପଡ଼ିଛି । ଫିଲ୍ମଟି ଚଳିତ ବର୍ଷ ଅକ୍ଟୋବରରେ ରିଲିଜ୍‌ ହେବ ।

ସମ୍ବନ୍ଧିତ ଖବର