ପ୍ରିୟଙ୍କାଙ୍କ ପୂର୍ବରୁ ଏହି ୫ଜଣ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ନିକ୍‌

ମୁମ୍ବାଇ : ଗତ ଡିସେମ୍ବର ୨, ୨୦୧୮ରେ ବଲିଉଡ୍‌-ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ବିବାହ କରିଥିଲେ ନିକ୍‌ ଜୋନସ । ତେବେ ପ୍ରିୟଙ୍କାଙ୍କୁ ବିବାହ କରିବା ପୂର୍ବରୁ ସେ ହଲିଉଡ୍‌ର ୫ଜଣ ଅଭିନେତ୍ରୀଙ୍କୁ ଡେଟ୍‌ କରିଥିଲେ ।

୧. ପ୍ରଥମେ ୨୦୦୬ରେ ଟିଭି ଓ ଚଳଚ୍ଚିତ୍ର ଅଭିନେତ୍ରୀ ମିଲି ସାୟରସ୍‌ଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ ନିକ୍‌ । ସେ ସମୟରେ ତାଙ୍କୁ ମାତ୍ର ୧୩ବର୍ଷ ବୟସ ହୋଇଥିଲା । ଦୁହିଁଙ୍କର ପ୍ରଥମ ଦେଖା ଏକ ଇଭେଣ୍ଟରେ ହୋଇଥିଲା । କିନ୍ତୁ ୨ବର୍ଷ ପରେ ମିଲିଙ୍କଠାରୁ ଅଲଗା ହୋଇ ଯାଇଥିଲେ ନିକ୍‌ ।

मिली सायरस
amarujala.com

୨. ପରେ ୨୦୦୮ରେ ନିକ୍‌ଙ୍କ ଦେଖା ହଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ସେଲିନା ଗୋମେଜ୍‌ଙ୍କ ସହ ହୋଇଥିଲା । କିଛି ମାସ ସବୁ ଠିକ୍‌ ଚାଲିଥିବା ବେଳେ କୌଣସି କାରଣରୁ ୨୦୦୯ରେ ଦୁହିଁଙ୍କ ରାସ୍ତା ଅଲଗା ହୋଇ ଯାଇଥିଲା ।

selena gomez
amarujala.com

୩. ଏହାର କିଛି ବର୍ଷ ପରେ ୨୦୧୨ରେ ନିକ୍‌ ଡେଲ୍‌ଟା ଗୁଡ୍ରେମ୍‌ଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ । କିନ୍ତୁ ଦ୍ୱିତୀୟ ଥର ଭଳି ଏହି ସଂପର୍କ ମଧ୍ୟ ବେଶି ଦିନ ତିଷ୍ଠି ପାରି ନଥିଲା ।

delta goodrem with nick jones
amarujala.com

୪. ୨୦୧୩ରେ ନିକ୍‌ ଭେଟିଥିଲେ ଓଲିଭିଆ କଳ୍ପୋଙ୍କୁ । ୨୦୧୩-୨୦୧୫ ପର୍ଯ୍ୟନ୍ତ ଦୁହେଁ ସାଥୀରେ ଥିଲେ ମଧ୍ୟ ୨୦୧୫ରେ ଦୁହିଁଙ୍କର ବ୍ରେକ୍‌ଅପ ହୋଇ ଯାଇଥିଲା ।

ओलिविया कल्पो
amarujala.com

୫. ୨୦୧୫ରେ ଚତୁର୍ଥ ବ୍ରେକ୍‌ଅପ ପରେ ନିକ୍‌ ନିଜ ଠାରୁ ୧୪ବର୍ଷ ବଡ଼ କେଟ୍‌ ହଡସନ୍‌ଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ । କିନ୍ତୁ ଏହି ସଂପର୍କ ମଧ୍ୟ ତାଙ୍କର ଅଧିକ ଦିନ ଚାଲି ନଥିଲା । ତେବେ ଏ ମଧ୍ୟରେ ଅନେକଙ୍କ ସହ ନିକ୍‌ଙ୍କ ନାଁ ଯୋଡ଼ା ଯାଇଥିଲେ ମଧ୍ୟ ଶେଷରେ ସେ ୨୦୧୭ରେ ପ୍ରିୟଙ୍କାଙ୍କୁ ଡେଟ୍‌ କରିବା ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର