ଏହି ତାରିଖରେ ନିକ୍‌ ଜୋନ୍‌ସଙ୍କ ଘର ଲୋକେ ଭାରତ ଆସୁଛନ୍ତି , ପ୍ରିୟଙ୍କାଙ୍କ ସହ ହେବ ବିଧିବଦ୍ଧ ନିର୍ବନ୍ଧ !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସଂପର୍କରେ ଏକ ନୂଆ ଖବର ସାମ୍ନାକୁ ଆସିଛି। ଯାହା ଶୁଣିବାକୁ ମିଳିଛି ଯେ ତାଙ୍କର ଆମେରିକାନ୍‌ ସିଙ୍ଗର୍‌ ବୟଫ୍ରେଣ୍ଡ୍‌ ନିକ୍‌ ଜୋନ୍‌ସ ନିଜର ପରିବାର ଲୋକଙ୍କ ସହ ଭାରତ ଆସୁଛନ୍ତି। ସେମାନେ ଭାରତ ଆସି ପ୍ରିୟଙ୍କା ଚୋପ୍ରାଙ୍କ ସହିତ ନିକଙ୍କର ବିଧିବଦ୍ଧ ନିର୍ବନ୍ଧ କରାଇବେ। ଖାଲି ସେତିକି ନୁହେଁ ଅଗଷ୍ଟ ୧୮ ତାରିଖରେ ଏହା ହେବ ବୋଲି ଜଣାଯାଇଛି। ଏହି ଦିନ ପ୍ରିୟଙ୍କା ଚୋପ୍ରା ତାଙ୍କର ନିକଟ ସଂପର୍କୀୟମାନଙ୍କୁ  ନିମନ୍ତ୍ରିତ କରିଥିବାର ଖବର ହସ୍ତଗତ ହୋଇଛି। ଅର୍ଥାତ୍‌ ୧୮ ତାରିଖରେ ଏନଗେଜମେଣ୍ଟ ପାର୍ଟି ହେବ।

ତେବେ କିଛିଦିନ ପୂର୍ବରୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ଜନ୍ମଦିନ ଉତ୍ସବରେ ପ୍ରେମିକ ନିକ୍‌ଙ୍କୁ ନିର୍ବନ୍ଧ କରିଥିବାର ଅଚାନକ ଖବର ଆସିବା ପରେ ଏହି ଚର୍ଚ୍ଚାଟି ଦର୍ଶକଙ୍କ ମହଲରେ ଖୁବ୍‌ ସରଗରମ ହୋଇଥିଲା।ଏଥିସହିତ ଅଭିନେତ୍ରୀ ପ୍ରିୟଙ୍କାର ଏପରି ନିଷ୍ପତ୍ତିକୁ ମଧ୍ୟ ତାଙ୍କର ପ୍ରଶଂସକମାନେ ସ୍ୱାଗତ କରିଥିଲେ। ପ୍ରେମିକ ନିକ୍‌ଙ୍କ ସହିତ ଅକ୍ଟୋବରରେ ପ୍ରିୟଙ୍କା ଚୋପ୍ରାଙ୍କର ବାହାଘର ହେବ ବୋଲି ଏକ ରିପୋର୍ଟରୁ ଜଣାଯାଇଛି।

ସମ୍ବନ୍ଧିତ ଖବର