ମୁମ୍ବାଇ ଆସି ଦେଶୀଗର୍ଲଙ୍କ ମାଆଙ୍କୁ ଭେଟିଲେ ବିଦେଶୀ ପ୍ରେମିକ ନିକ୍‌

ମୁମ୍ବାଇ: ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନାସ୍‌ଙ୍କ ସହ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଡେଟିଂ କରୁଥିବା ଗୁଜବ ଆହୁରି ଟିକେ ପ୍ରଚାର ହେବା ପାଇଁ ମସଲା ମିଳିଛି। ଗୁରୁବାର ଏହି ଚର୍ଚ୍ଚିତ ଯୁଗଳ ମୁମ୍ବାଇରେ ପହଞ୍ଚିବା ପରେ ଅନେକ ଫଟୋଗ୍ରାଫର୍‌ଙ୍କ କ୍ୟାମେରାରେ କଏଦ ହୋଇଛନ୍ତି।

ପୂର୍ବରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜାଣିବାକୁ ମିଳିଥିଲା ଯେ ନିକ୍‌ ଦେଶୀଗର୍ଲଙ୍କ ମାଆ ମଧୁ ଚେପ୍ରାଙ୍କୁ ଭେଟିବାକୁ ଭାରତ ଆସିବେ। ଶେଷରେ ସେମାନଙ୍କର ସାକ୍ଷାତ ହୋଇଛି। ମୁମ୍ବାଇର ବାନ୍ଦ୍ରାଠାରେ ଥିବା ଏକ ରେଷ୍ଟୁରାଣ୍ଟରେ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ସେମାନେ ଏକତ୍ର ରାତ୍ରୀ ଭୋଜନ କରିଥିବାର ଦେଖିବାକୁ ମିଳିଛନ୍ତି। ଜୋନାସ୍‌ ତାଙ୍କ ଇନ୍‌ଷ୍ଟା ପେଜ୍‌ରେ ଏକ ଭିଡିଓ ବି ଅପ୍‌ଲୋଡ କରିଛନ୍ତି। ସେଥିରେ ଅଭିନେତ୍ରୀ ପ୍ରିୟଙ୍କା ଦେଖିବାକୁ ମିଳିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର୍‌ କରିଛନ୍ତି ଫଟୋଗ୍ରାଫର୍‌ ମାନବ ମଙ୍ଗଲାନି।

 

ଅନ୍ୟ କେତେକ ଫଟୋଗ୍ରାଫର ମଧ୍ୟ ଫଟୋ ଓ ଭିଡିଓ ଅପ୍‌ଲୋଡ କରିଛନ୍ତି। ସେ ଦୁହିଁଙ୍କୁ ଅଙ୍ଗରକ୍ଷୀମାନେ ଘେରି ରହିଥିବାର ଦେଖିବାକୁ ମିଳିଛି। ସେ ଦୁହେଁ ଯେଉଁ ଭଳି ଭାବେ ପରସ୍ପରଙ୍କ ହାତ ଧରାଧରି ହୋଇଛନ୍ତି ତାହା ସେମାନଙ୍କ ସଂପର୍କକୁ ଆହୁରି ସ୍ପଷ୍ଟ ରୂପ ଦେଉଛି।

ନିକ୍‌ ତାଙ୍କ ଇନ୍‌ଷ୍ଟାରେ ଯେଉଁ ଭିଡିଓ ଅପଲୋଡ କରିଛନ୍ତି ସେଥିରେ ପ୍ରିୟଙ୍କା ଏକ ଖୋଲା ହସ ହସି କ୍ୟାମେରା ଆଡ଼େ ମାଡ଼ି ଆସୁଥିବାର ଦେଖିବାକୁ ମିଳିଛି। ସେହି ଭିଡିଓରେ ନିକ୍‌ ହାର୍ଟ ବାଲା ସ୍ମାଇଲ୍‌ ଇମୋଜି ଦେଇ ‘ହର୍‌’ ବୋଲି ଲେଖିଛନ୍ତି।

ସମ୍ବନ୍ଧିତ ଖବର