ମୁମ୍ବାଇରେ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରେମିକ ନିକ୍‌ ଜୋନ୍‌ସଙ୍କ ପରିବାର , କାଲି ହେବ ଏହି ଘୋଷଣା !

ମୁମ୍ବାଇ : ସଦ୍ୟତମ ଖବର ଅନୁଯାୟୀ ବଲିଉଡ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରେମିକ ତଥା ଆମେରିକୀୟ ଗାୟକ ନିକ୍‌ ଜୋନ୍‌ସ ନିଜ ପରିବାର ଲୋକଙ୍କ ସହିତ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମାନ ମନ୍ଦରରେ ନିକ୍‌ ଜୋନ୍‌ସଙ୍କ ପିତା କେଭିନ୍‌ ଜୋନାସ୍‌ ସିନିଅର୍‌ ଏବଂ ମାତା ଡିନାଇଜ୍‌ଙ୍କୁ ଦେଖିବାକୁ ମିଳିଛି । ଆସନ୍ତାକାଲି ପ୍ରିୟଙ୍କା ଚୋପ୍ରା ଏକ ବଡ଼ ପାର୍ଟି ରଖିଛନ୍ତି । ସେଥିରେପ୍ରିୟଙ୍କା ଚୋପ୍ରା ନିଜର ବାହାଘର କଥା ଘୋଷଣା କରିବେ ବୋଲି ଆଶା କରାଯାଉଛି। ଏହି ପାର୍ଟିରେ ନିକଙ୍କର ଦୁଇ ଭାଇ ବି ସାମିଲ ହେବେ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ ଏଥିରେ ବଲିଉଡର କେତେକ ସେଲିବ୍ରିଟି ବି ଯୋଗ ଦେବେ ବୋଲି କୁହାଯାଉଛି। ଏହି ପାର୍ଟିଲାଗି ଶାହରୁଖ୍‌ ଖାନ୍‌ ଏବଂ ଅନୁଷ୍କା ଶର୍ମା ସୁଟିଂରୁ ବ୍ରେକ୍‌ ନେଇ ମୁମ୍ବାଇରେପହଞ୍ଚିଛନ୍ତି। ।

ବିଗତ କିଛି ମାସ ଧରି ପ୍ରିୟଙ୍କା ଚୋପ୍ରାଙ୍କ ପ୍ରେମିକ ତଥା ଆମେରିକୀୟ ଗାୟକ ନିକ୍‌ ଜୋନ୍‌ସଙ୍କୁ ଡେଟ୍‌ କରୁଛନ୍ତି। ଆଉ ଏକ ଖବର ବି ଆସିଛି ଯେ,ପ୍ରିୟଙ୍କା ଓ ନିକ୍‌ଙ୍କର ଅକ୍ଟୋବର ମାସରେ ବାହାଘର ହେବ ,କାରଣ ଦୁହେଁ ଆଉ ଅପେକ୍ଷା କରିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର