ମହାବିବାହ: ଜାଣନ୍ତୁ ନିକ୍ୟାଙ୍କାଙ୍କ ଉତ୍ସବରେ କେତେ ପଣ୍ଡିତ, କେତ ମେକ୍‌ଅପ୍‌ ଆର୍ଟିଷ୍ଟ୍‍ ଓ କେତେ ଫୁଟ୍‌ ବିଶିଷ୍ଟ କେକ୍‌ କରିଥିଲା ଶୋଭାବର୍ଦ୍ଧନ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେବା ପରେ ଚର୍ଚ୍ଚା ଅଛନ୍ତି ନବ ବିବାହିତ ଦମ୍ପତି ନିକ୍‌ ଜୋନ୍‌ସ ଓ ପ୍ରିୟଙ୍କା ଚୋପ୍ରା। ଏହି ବଭ୍ୟ ବିବାହ ବଡ଼ ଧୁମ୍‌ଧାମରେ ପାଳନ ହୋଇ ଯାଇଛି। ବିବାହ ପରେ ରିୟଲ୍‌ ଦେଶୀଗର୍ଲ ଲୁକ୍‌ରେ ହାତରେ ଚୁଡ଼ି, ଗଳାରେ ମଙ୍ଗଳସୂତ୍ର ଓ ଶାଢ଼ି ପିନ୍ଧି ପ୍ରଶଂସକଙ୍କୁ ଚକିତ କରାଇଛନ୍ତି ରିଲ୍‌ ଦେଶୀଗର୍ଲ ପ୍ରିୟଙ୍କା। ତେବେ ତାଙ୍କ ବିବାହ ସଂପର୍କରେ ଏମିତି ଗୁଡ଼ାଏ କଥା ଅଛି ଯାହା ଶୁଣିଲେ ଯେକେହି ବି ଆଶ୍ଚର୍ଯ୍ୟ ହୋଇପାରନ୍ତି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ପ୍ରୟଙ୍କା ରୀତିନୀତିରେ ବେଶ୍‌ ବିଶ୍ୱାସ ରଖନ୍ତି। ସେଇଥିପାଇଁ ପ୍ରିୟଙ୍କାଙ୍କ ବିବାହ କରିବା ବେଳେ ୧୧ ଜଣ ପଣ୍ଡିତ ମନ୍ତ୍ର ପାଠ କରିଥିଲେ। ପଣ୍ଡିତ ଦେଇଥିବା ସମୟ ମୁତାବକ ହିଁ ପ୍ରିୟଙ୍କା ସଂଧ୍ୟା ପ୍ରାୟ ୭.୩୦ ସମୟରେ ହିଁ ନିକ୍‌ଙ୍କ ହାତରୁ ସିନ୍ଦୂର ଗ୍ରହଣ କରିଥିଲେ। ପ୍ରିୟଙ୍କାଙ୍କ ବିଦେଶୀ ପ୍ରେମିକ ନିକ୍‌ ଭାରତୀୟ ପୋଷାକ ପିନ୍ଧି ପ୍ରିୟଙ୍କାଙ୍କ ହାତ ଧରିବା ଦୃଶ୍ୟ ବେଶ୍‌ ଆକର୍ଷଣୀୟ ଥିଲା।

କେବଳ ପଣ୍ଡିତମାନଙ୍କୁ ନୁହେଁ ମେକ୍‌ଅପ୍‌ ଆର୍ଟିଷ୍ଟ୍‍ଙ୍କୁ ନେଇ କରି ବି କଞ୍ଜୁସି କରିନାହାନ୍ତି ଦେଶୀ ଗର୍ଲ। ସେ ନିଜର ଓ ସଂପର୍କୀୟମାନଙ୍କ ମେକ୍‌ଅପ୍‌ କରାଇବା ପାଇଁ ସମୁଦାୟ ୧୫ ଜଣ ମେକ୍‌ଅପ୍‌ ଆର୍ଟିଷ୍ଟ ବିଶିଷ୍ଟ୍‍ ଏକ ଟିମ୍‌ ନିୟୋଜିତ କରିଥିଲେ। ଏହାବ୍ୟତୀତ ତାଙ୍କ ବିବାହ କେକ୍‌ର ସାଇଜ୍‌ ଥିଲା ୧୮ ଫୁଟ୍‌।

ସମ୍ବନ୍ଧିତ ଖବର