ଦୀପିକା ପାଦୁକୋନ୍‌ଙ୍କ ବାହାଘରପରେ ତାଙ୍କ ଏକ୍ସ ବୟଫ୍ରେଣ୍ଡ୍‌ ବି ବାହା ହେବେ!

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକ ରଣବୀର ସିଂହଙ୍କୁ ଦୀପିକା ପାଦୁକୋନ୍‌ ବିବାହ କରିବାକୁ ଯାଉଛନ୍ତି। ହେଲେ ଆପଣ ଜଣନ୍ତି କି ଦୀପିକା ପାଦୁକୋନ୍‌ ଙ୍କର ଏକ୍ସ ବୟଫ୍ରେଣ୍ଡ୍‌ ବି ବାହା ହେବେ । ଦୀପିକାଙ୍କର ଏହି ପୂର୍ବତନ ପ୍ରେମିକ ଜଣକ ହେଲେ ନିହାର ପାଣ୍ଡ୍ୟା। ନିହାର ପାଣ୍ଡ୍ୟା ଏବେ କଙ୍ଗନା ରାନାଓ୍ଵତ୍‌ଙ୍କ ଅଭିନୀତ ‘ମଣିକାର୍ଣ୍ଣିକା’ଫିଲ୍ମ ଡେବ୍ୟୁ କରୁଛନ୍ତି।
ନିହାର ବଲିଉଡର ଲୋକପ୍ରିୟ ଲୋକପ୍ରିୟ ଗାୟିକା ନୀତି ମୋହନଙ୍କୁ ବିବାହ କରୁଛନ୍ତି। ନିହାର-ନୀତିଙ୍କ ବାହାଘର ୨୦୧୯ ଜାନୁଆରୀ ମାସରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।
କଣ୍ଠଶିଳ୍ପୀ ନୀତି ମୋହନ କରଣ ଜୋହରଙ୍କ ‘ଦ ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇଅର୍‌’ର ଇଶ୍କ ବାଲା ଲଭ୍‌…ରଣବୀର ସିଂ-ଦୀପିକାଙ୍କ ଅଭିନୀତ ‘ପଦ୍ମାବତ୍‌’ର ଗୀତ ‘ନୈନା ବାଲୋଁନେ….,ଓ କାଟ୍ରିନା କୈଫ୍‌-ଅନଷ୍କା ଶର୍ମା ଷ୍ଟାରର୍‌, ଜିୟା ଜିୟାରେ… ସମେତ ବହୁ ସୁପରହିଟ୍‌ ଗୀତରେ କଣ୍ଠଦାନ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ନିହାର ଓ ଦୀପିକା ବେଙ୍ଗଲୁରୁରେ ମଡେଲିଂ ସମୟରେ ପରସ୍ପରକୁ ଡେଟ୍‌ କରୁଥିଲେ। ତା’ପରେ ସେ ଦୁହେଁ ସାଙ୍ଗ ହୋଇ ମୁମ୍ବାଇ ଆସିଥିଲେ। ଦୀପିକା ପାଦୁକୋନ୍‌ ବଲିଉଡରେ ‘ଓମ୍‌ ଶାନ୍ତି ଓମ୍‌ ’ଜରିଆରେ ବିଗ୍‌ ବ୍ରେକ୍‌ ପାଇଥିଲେ ଓ ସଫଳତାର ଶୀର୍ଷରେ ପହଞ୍ଚଥିଲେ। ହେଲେ ନିହାର ସଫଳତା ପାଇ ନ ଥିଲେ।

ସମ୍ବନ୍ଧିତ ଖବର