ରଣବୀର କପୁର ଓ ଆଲିଆ ଭଟ୍ଟ ଏକାଠି ବିଜ୍ଞାପନରେ କାମ କରିବାକୁ ମନା କଲେ , ଜାଣନ୍ତୁ କାରଣ

ମୁମ୍ବାଇ : ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ ସଂପର୍କକୁ ନେଇ ବଲିଉଡରେ ଚର୍ଚ୍ଚା ଜାରି ରହିଛି। ଏ ଦୁହେଁ ପ୍ରେମ ଯୁଗଳ ଭାବେ ବେଶ୍‌ ଚର୍ଚ୍ଚାରେ ରହିଛି। ଯେବେଠୁଁ ରଣବୀର କପୁର ଓ ଆଲିଆ ଭଟ୍ଟ ‘ବ୍ରହ୍ମାସ୍ତ୍ର’ର ସୁଟିଂ କରିଲେଣି, ସେବେଠୁଁ ସେ ଦୁହିଁଙ୍କର ରୋମାନ୍ସର ଖବର ଶିରୋନାମାରେ ରହିଛି।
ଏଇ ନିକଟରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ଗୋଟିଏ ବିଜ୍ଞାପନରେ କାମ କରିବା ଲାଗି ଅଫର୍‌ ମିଳିଥିଲା। କୁହାଯାଉଛି ଏକ ବଡ଼ କଂପାନି ଏ ଦୁଇ କଳାକାରଙ୍କୁ ନିଜ ବିଜ୍ଞାପନରେ ଏକାଠି ଆଣିବାର ଉଦ୍ୟମ କରିଥିଲେ। କିନ୍ତୁ ଏଥିପାଇଁ ଉଭୟ ରଣବୀର ଓ ଆଲିଆ ମନା କରିଛନ୍ତି।


ଏଭଳି କରିବାର କାରଣ ହେଉଛନ୍ତି ନିର୍ମାତା କରଣ ଜୋହର୍‌। କରଣ ଜୋହର୍‌ ଚାହୁଁଛନ୍ତି କି ‘ବ୍ରହ୍ମାସ୍ତ୍ର’ର ରିଲିଜ୍‌ ପୂର୍ବରୁ ରଣବୀର ଓ ଆଲିଆ ଏକାଠି ଅନ୍ୟ କେଉଁଠି ବି କାମ ନ କରନ୍ତୁ।
ଯଦି ସେମାନଙ୍କର ରୋମାନ୍ସଙ୍କୁ ଭିନ୍ନ ରୂପ ଦିଆଯାଏ ବିଜ୍ଞାପନରେ, ତେବେ ତାହାର ଖରାପ ପ୍ରଭାବ ପଡ଼ିବ ‘ବ୍ରହ୍ମାସ୍ତ୍ର’ର ବ୍ୟବସାୟ ଉପରେ। ଖାଲି ସେତିକି ନୁହେଁ କରଣ ଜୋହର ଏକଥା ବି ଚାହୁଁଛନ୍ତିି ଯେ ‘ବ୍ରହ୍ମାସ୍ତ୍ର’ ରିଲିଜ୍‌ ହେବା ଆଗରୁ ରଣବୀର ଓ ଆଲିଆଙ୍କ ପ୍ରେମର ଖୁଲାସା ନ ହେଉ। ‘ବ୍ରହ୍ମାସ୍ତ୍ର’ ରିଲିଜ୍‌ ହେବା ଯାଏଁ ଉଭୟଙ୍କୁ ଅପେକ୍ଷା କରିବା ଲାଗି କହିଛନ୍ତି କରଣ ଜୋହର୍‌ ।
ଏଠାରେ ସୂଚନାଯୋଗ୍ୟ ଅୟାନ୍‌ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ ଆଗାମୀ ବର୍ଷ ଅଗଷ୍ଟ ୧୫ ତାରିଖରେ ରିଲିଜ୍‌ ହେବ।

ସମ୍ବନ୍ଧିତ ଖବର