ରଣବୀର ଓ ଅଭିଷେକଙ୍କଠାରୁ ଫୁଟ୍‌ବଲ୍‌ ଖେଳ ଶିଖିବେ ନୋରା

ଫୁଟ୍‌ବଲ୍‌ ଶିଖୁଛନ୍ତି ନୋରା ଫତେହୀ! ଅଭିନୟକୁ ବାସ୍ତବ କରିବା ପାଇଁ କଳାକାରମାନେ ବେଳେ ବେଳେ ଜଣା ନ ଥିବା ବିଷୟ ଶିକ୍ଷା କରୁଥିବା, ତାଲିମ ଦ୍ୱାରା ନିଜକୁ ପ୍ରସ୍ତୁତ କରୁଥିବା କିଛି ନୂଆ କଥା ନୁହେଁ। ତେବେ, ନୋରା କୌଣସି ଫିଲ୍ମ ପାଇଁ ନୁହେଁ, ନିଜ ଶୈଶବର ସ୍ୱପ୍ନ ସାକାର କରିବା ପାଇଁ ଫୁଟ୍‌ବଲ୍‌ ଶିଖୁଛନ୍ତି। ଛବିଶ ବର୍ଷ ବୟସ୍କା ମରକ୍‌କୋ-କାନାଡିଆନ୍‌ ନର୍ତ୍ତକୀ-ଅଭିନେତ୍ରୀ ନୋରା କହନ୍ତି, ସେ ଶୈଶବରୁ ଖେଳ-କୁଦପ୍ରିୟ। ଫୁଟ୍‌ବଲର୍‌ ହେବା ପାଇଁ ଇଚ୍ଛା ଥିଲା।

ତେବେ, ତାଲିମ ପାଇଁ ଲୋଡ଼ା ଅର୍ଥ ଦେବାର କ୍ଷମତା, ତାଙ୍କ ପରିବାରର ନ ଥିଲା। ଏବେ ସେ ଏହି ଖର୍ଚ୍ଚ ଉଠାଇବାକୁ ସକ୍ଷମ। ତେଣୁ, ଶିଖୁଛନ୍ତି। ରଣବୀର ସିଂହ, ଅଭିଷେକ ବଚ୍ଚନ ଆଦିଙ୍କୁ ଫୁଟ୍‌ବଲ୍‌ ଶିଖାଇଥିବା ଗୋଓ୍ଵୀ ଟାୟଲରଙ୍କୁ ନୋରା ନିଜର ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ଯଥା ଶୀଘ୍ର ସଂଭବ ଏହି ଖେଳରେ ପାରଙ୍ଗମତା ଲାଭ କରିବା, ତାଙ୍କର ଲକ୍ଷ୍ୟ। ୨୦୧୩ରେ ‘ରୋର୍‌: ଟାଇଗର୍‌ସ ଅଫ୍‌ ଦ ସୁନ୍ଦରବନ’ ମାଧ୍ୟମରେ ବଲିଉଡ୍‌ରେ ପ୍ରବେଶ କରିଥିବା ନୋରାଙ୍କ ଅଭିନେତ୍ରୀ ଜୀବନ ଅଦ୍ୟାବଧି ମୁଖ୍ୟତଃ ଆଇଟମ୍‌ ନମ୍ବର୍‌ ପରିବେଷଣ ମଧ୍ୟରେ ସୀମିତ।

ସମ୍ବନ୍ଧିତ ଖବର