ଶାହାରୁଖ୍‌ ଖାନ୍‌ ନୁହନ୍ତି ନିଜ ମ୍ୟାନେଜରଙ୍କୁ ପୋଡ଼ି ହେବାରୁ ବଞ୍ଚାଇଥିଲେ ଐଶ୍ୱର୍ଯ୍ୟା: ରିପୋର୍ଟ

ମୁମ୍ବାଇ: କିଛି ଦିନ ତଳେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଦୀପାବଳି ପାର୍ଟିରେ ଏକ ଅଘଟଣ ଘଟିଥିବା ନେଇ ଖବର ମିଳିଥିଲା । ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ମ୍ୟାନେଜରଙ୍କ ପୋଷାକରେ ନିଆଁ ଲାଗି ଯିବାରୁ ତାଙ୍କୁ ତୁରନ୍ତ ଯାଇ କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ବଞ୍ଚାଇଥିଲେ ବୋଲି ଚର୍ଚ୍ଚା ହୋଇଥିଲା । ଏମିତି କି ଏହି ଦୁର୍ଘଟଣାରେ ଶାହାରୁଖ୍‌ଙ୍କ ହାତ ପୋଡ଼ି ଯାଇଥିବା ନେଇ ଖବର ମିଳିଥିଲା । ତେବେ ଘଟଣାର କିଛି ଦିନ ପରେ ଏବେ ଘଟଣାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି ।

Image result for not-shah-rukh-aishwarya-rai-saved-her-manager-from-fire-at-diwali-bash-report
Koimoi

ବଲିଉଡ୍‌ ହଙ୍ଗାମା ଶାହାରୁଖ୍‌ ଖାନ୍‌ଙ୍କ ବଞ୍ଚାଇବା ଖବରକୁ ମିଛ ବୋଲି କହି ଶାହାରୁଖ୍‌ ନୁହନ୍ତି ବରଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ତାଙ୍କ ନିଜ ମ୍ୟାନେଜରଙ୍କୁ ବଞ୍ଚାଇଥିବା କହିଛି । ବଲିଉଡ୍‌ ହଙ୍ଗାମା ଅନୁଯାୟୀ, ମ୍ୟାନେଜର ଅର୍ଚ୍ଚନା ତଳକୁ ଆସୁଥିବା ବେଳେ ଲାଗିଥିବା ଦୀପରେ ତାଙ୍କ ଓଢ଼ଣୀ ପଡ଼ି ଯାଇଥିଲା । ଯାହାଦ୍ୱାରା ତୁରନ୍ତ ନିଆଁ ଲାଗିଯିବାରୁ ଅର୍ଚ୍ଚନାଙ୍କ ଅଧା ଲେହେଙ୍ଗା ପୋଡ଼ି ଯାଇଥିଲା । କେହି କିଛି କରିବା ପୂର୍ବରୁ ଐଶ୍ୱର୍ଯ୍ୟା ତୁରନ୍ତ ଆସି ନିଆଁ ଲିଭାଇବା ସହ ପୋଡ଼ି ଯାଇଥିବା ଭାଗକୁ ତାଙ୍କ ଶରୀରରୁ କା‌ଢ଼ିଥିଲେ ବୋଲି ସେଠାରେ ଉପସ୍ଥିତ ଥିବା ଜଣେ ଲୋକ କହିଥିବା ଦାବି କରିଛି ବଲିଉଡ୍‌ ହଙ୍ଗାମା । ତେବେ ଘଟଣା ପରଠାରୁ ଏ ନେଇ ଶାହାରୁଖ୍‌ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି । ପ୍ରକୃତରେ ସେଦିନ କ’ଣ ଘଟିଥିଲା, ସେ ନେଇ ମଧ୍ୟ ଶାହାରୁଖ୍‌ କିଛି ମତ ରଖି ନାହାନ୍ତି ।

ସମ୍ବନ୍ଧିତ ଖବର