ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ କ୍ୟାରିୟରରେ ୨୯ବର୍ଷ ବୟସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୧୭ଶେଷ ଆଡକୁ ଅନୁଷ୍କା ଶର୍ମା କ୍ରିକେଟର ବିରାଟ କୋହଲିଙ୍କ ସହ ଇଟାଲିରେ ବିବାହ କରିଥିଲେ।
/sambad/media/post_attachments/wp-content/uploads/2019/07/210636173-Rome_6.jpg)
ବିବାହର ଅଢ଼େଇ ବର୍ଷ ପରେ ଅନୁଷ୍କା ଫିଲ୍ମଫେୟାରକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ‘ସେ ୨୯ ବର୍ଷ ବୟସରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଅଧିକାଂଶ କଳାକାର ଏହି ସମୟରେ ନିଜ କ୍ୟାରିୟର ଉପରେ ଦୃଷ୍ଟି ଦେଇଥାଆନ୍ତି। ଦର୍ଶକ କଳାକାରଙ୍କୁ କେବଳ ପରଦାରେ ଦେଖିବାକୁ ପସନ୍ଦ କରିଥାଆନ୍ତି। ଦର୍ଶକଙ୍କୁ କଳାକାରଙ୍କ ବ୍ୟକ୍ତିଗତ ଜୀବନ ସହିତ କୌଣସି ଲେଣଦେଣ ନଥାଏ। ସେ ବିବାହିତ ହୁଅନ୍ତୁ ଅବା ମା’ ବନନ୍ତୁ। ଆମକୁ ଏଭଳି ମାନସିକତାରୁ ବାହାରକୁ ଆସିବାକୁ ପଡ଼ିବ। ମୁଁ ଏଭଳି ମାନସିକତାରେ ଆଦୌ ପସନ୍ଦ କରେ ନାହିଁ। ବିବାହ କରି ମଧ୍ୟ କ୍ୟାରିୟର ଉପରେ ଫୋକୋସ କରି ହେବ । ତେଣୁ ୨୯ ବର୍ଷ ବୟସରେ ବିବାହ ନିଷ୍ପତ୍ତି ନେଇଥିଲେ। ବିବାହ ଏକ ନ୍ୟାଚୁରାଲ୍ ପ୍ରୋସେସ୍ । ଏହା ଏମିତି ଏକ ବନ୍ଧନ ଯାହା ଦୁଇଲୋକଙ୍କ ମଧ୍ୟରେ ସମ୍ପର୍କକୁ ମଜବୁତ କରିଥାଏ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/406643-anushka-virat.jpg)