ରଣବୀର କପୁରଙ୍କ ବ୍ୟବହାର ଦେଖି ତାଙ୍କୁ ଚାପୁଡ଼ା ମାରିବାକୁ ଚାହୁଁଥିଲେ ଅନୁଷ୍କା, ୩ ବର୍ଷ ପରେ କଲେ ଖୁଲାସା

ମୁମ୍ବାଇ : ବଲିଉଡ୍‌ ଅଭିନେତା ରଣବୀର କପୁର ଏବେ ନିଜ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଏବଂ ‘ଶମଶେରା’ ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି । ପୂର୍ବରୁ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ସଞ୍ଜୁ’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ବେଳେ ଆଗାମୀ ଦୁଇଟି ଫିଲ୍ମକୁ ଭଲ କରିବାରେ ଲାଗି ପଡ଼ିଛନ୍ତି ଅଭିନେତା ରଣବୀର କପୁର । ତେବେ ଏବେ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । ୩ ବର୍ଷ ତଳେ ଅଭିନେତ୍ରୀ ଅନୁଷ୍କା ଶର୍ମା ରଣବୀରଙ୍କୁ ଚାପୁଡ଼ା ମାରିବାକୁ ଚାହୁଁଥିଲେ ବୋଲି ସାମ୍ନାକୁ ଆସିଛି ।

The Indian Express

ସୂଚନା ମୁତାବକ, ରଣବୀର ଏବଂ ଅନୁଷ୍କା ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ । ଏହି ସମୟରେ ୩ ବର୍ଷ ତଳେ ଅନୁଷ୍କା ସତରେ ରଣବୀରଙ୍କୁ ଚାପୁଡ଼ା ମାରିବାକୁ ଚାହୁଁଥିବା ଜଣାଇଥିଲେ । ଫିଲ୍ମ ‘ଏ ଦିଲ୍‌ ହେ ମୁସ୍‌କିଲ’ରେ ଅନୁଷ୍କା ରଣବୀରଙ୍କୁ ଚାପୁଡ଼ା ମାରିଥିବା ବେଳେ ସତରେ କେବେ ମାରିବାକୁ ଇଛା ହୋଇଛି କି ବୋଲି ଅନୁଷ୍କାଙ୍କୁ ପଚରା ଯାଇଥିଲା । ଯାହାର ଉତ୍ତର ରଖି, ଅନେକ ଥର ମୋ ମନରେ ତାଙ୍କୁ ଚାପୁଡ଼ା ମାରିବାର ଭାବନା ଆସିଛି । କାରଣ, ସେ ସବୁବେଳେ ମୋତେ ବିରକ୍ତ କରିଥାନ୍ତି । ଖାଇବା ପରେ ହାତ ଧୋଇ ମୋ ପୋଷାକରେ ପୋଛି ଦେଉଥିଲେ । ମୋ ହାତରେ ମଧ୍ୟ ଛିଙ୍କି ଦେଉଥିଲେ । ତାଙ୍କର ଏଭଳି କାମ ଦେଖି ମୋତେ ତାଙ୍କୁ ଚାପୁଡ଼ା ମାରିବାକୁ ଇଛା ହେଉଥିଲା ।

ସମ୍ବନ୍ଧିତ ଖବର