ନିଖିଲ୍‌ ଜୈନ୍‌ଙ୍କୁ ବିବାହ ପ୍ରସଂଗରେ ନୁସ୍‌ରତ କହିଲେ, ପରସ୍ପରଙ୍କୁ ପରସ୍ପରଙ୍କ ଜୀବନ ଉପହାର ଦେଇଛୁ

ମୁମ୍ବାଇ: ନବ ବିବାହିତ ଅଭିନେତ୍ରୀ ତଥା ରାଜନେତ୍ରୀ ନୁସରତ ଜହାଁ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହି ଆସୁଛନ୍ତି। ସ୍ୱାମୀ ନିଖିଲ୍‌ ଜୈନ୍‌ ତାଙ୍କ ରିସେପ୍‌ସନ ପାର୍ଟିରେ ଗଣମାଧ୍ୟମକୁ ନିଜର ମତ ଦେଇ କହିଛନ୍ତି ଯେ ‘ଆମେ ଏକ ଲମ୍ବା ରାସ୍ତା ପ୍ରସ୍ତୁତ କରିଛୁ। ଅନେକ ରୋଡ୍‌-ବମ୍ପସ୍‌, ଅନେକ ରୋଲ୍‌ର-କୋଷ୍ଟର୍‌ ପାର୍‌ କରି ଆମେ ଏଠାରେ ପହଞ୍ଚିଥିବାରୁ ମୁଁ ଅନେକ ଖୁସି। ମୁଁ ଖୁସି ଯେ ସେ ମୋ ସହିତ ଅଛନ୍ତି। ମୁଁ ତାଙ୍କର ସବୁ କାମକୁ ସମର୍ଥନ କରୁଛି। ତାଙ୍କୁ ଯାହା ଖୁସି ଦେବ ମୁଁ ସେ ସବୁ କରିବାକୁ ଚାହେଁ।’

ଏପରି ଏକ ଖୁସିର ମୁହୂର୍ତ୍ତରେ ନୁସ୍‌ରତ ସ୍ୱାମୀ ନିଖିଲ୍‌ ଜୈନ୍‌ଙ୍କୁ ପ୍ରଶ୍ନ କରିଛନ୍ତି କି ‘ସାରା ଜୀବନ ଜଣକ ସହ ରହିବାର ଚାପକୁ ସହ୍ୟ କରିପାରିବ ତ?’ ଏହି ପ୍ରସଂଗରେ ନିଖିଲ୍‌ ଉତ୍ତର ଦେଇଛନ୍ତି  କି ‘ଏହା ମୋ ପାଇଁ ଆଦୌ ଚାପ ନୁହେଁ।’

 

ନୁସ୍‌ରତ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟରେ ସେ ଦୁହଁଙ୍କର ଏକ ଯୁଗଳ ଫଟୋ ଦେଇ ଲେଖିଛନ୍ତି, ‘ମୁଁ ଆଖି ବନ୍ଦ କଲେ ତୁମ ପ୍ରେମର ଆଲୋକ ମୋ ହୃଦୟରେ ଖେଳେଇ ହୋଇଯାଏ। ତୁମେ ମୋ ଜୀବନ ବଦଳାଇ ଦେଇଛ। ମୋତେ ସଂପୂର୍ଣ୍ଣ କରିଛ।’

ପରସ୍ପରଙ୍କୁ ପରସ୍ପର କ’ଣ ଉପହାର ଦେଇଛନ୍ତି ବୋଲି ପଚରା ଯାଇଥିବା ଏକ ପ୍ରଶ୍ନରେ ନୁସ୍‌ରତ କହିଛନ୍ତି କି ‘ଆମେ ନିଜେ ନିଜର ଜୀବନ ପରସ୍ପରଙ୍କୁ ଉପହାର ଆକାରରେ ଦେଇଛୁ।’

ସମ୍ବନ୍ଧିତ ଖବର