ଜାଣନ୍ତୁ , ୧୯୫୮ ମସିହାରେ ଏହି ବଲିଉଡ ନାୟିକା କିଭଳି ବୋଲ୍ଡ ସିନ୍‌ ଦେଇଥିଲେ ,ଏହାପରେ କ’ଣ ଘଟିଥିଲା ?

ମୁମ୍ବାଇ: ଆଜି ହେଉଛି ପ୍ରଖ୍ୟାତ ଅଭିନେତ୍ରୀ ନୂତନଙ୍କର ଜନ୍ମ ଦିନ। ସେ ୧୯୩୬ ମସିହା ଜୁନ୍‌ ୪ ତାରିଖରେ ଜନ୍ମ ହୋଇଥିଲେ।ତାଙ୍କୁ ଅଭିନୟ ମାଆ ଶୋଭନା ସମର୍ଥଙ୍କ ଗୁଣସୂତ୍ରରେ ମିଳିଥିଲା। ନୂତନ ମାତ୍ର ୧୫ ବର୍ଷ ବୟସରେ ବଲିଉଡ଼୍‍ରେ ପ୍ରବେଶ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ସିନେମାଟି ହେଲା-‘ହମାରି ବେଟି’।ଏହାପରେ ସେ ପରବତ୍‌,ଲୈଲା ମଜ୍‌ନୁ ଓ ସୀମା ଆଦି ଫିଲ୍ମରେ ଅଭିନୟ କରି ତାଙ୍କର ଅଭିନୟର ଯାଦୁ ଦେଖାଇଥିଲେ।
ନୂତନ ତାଙ୍କର ସୁଦୀର୍ଘ କ୍ୟାରିୟର୍‌ ଭିତରେ ରାଜ୍‌ କପୁର୍‌,ସୁନିଲ୍‌ ଦତ୍ତ ଓ ଦେବ୍‌ ଆନନ୍ଦ ଭଳି ଅଧିକାଂଶ ଟପ୍‌ ହିରୋଙ୍କ ସହିତ କାମ କରିଛନ୍ତି।ହେଲେ ୧୯୬୩ରେ ରିଲିଜ୍‌ ହୋଇଥିବା ବିମଲ ରାୟଙ୍କ ଫିଲ୍ମ‘ବନ୍ଦିନୀ’ ନୂତନଙ୍କୁ ଶୀର୍ଷକୁ ନେଇଥିଲା।
ନୂତନ ବଡ଼ ପରଦାରେ ସୁଇମ୍‌ ସୁଟ୍‌ ପିନ୍ଧି ମଧ୍ୟ ଆଲୋଡ଼ନ ସୃଷ୍ଟି କରିଥିଲେ। ୧୯୫୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିଲ୍ଲୀକା ଠଗ୍‌’ରେ ସେ ପ୍ରଥମ ଥର ଲାଗି ସୁଇମ ସୁଟ୍‌ ପିନ୍ଧିଥିଲେ। ସେ ସମୟରେ ନାୟିକାମାନେ ଏଭଳି ବୋଲ୍‌ଡ଼ ହେବା କ୍ୱଚିତ୍‌ ଦେଖିବାକୁ ମିଳୁଥିଲା। ଏହି କାରଣରୁ ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲେ ଅଭିନେତ୍ରୀ ନୂତନ।
ନୂତନ ୫ଥର ଶ୍ରେଷ୍ଠ ଅଭିନେତ୍ରୀ ଓ ଥରେ ସହ-ଅଭିନେତ୍ରୀ ଭାବେ ଫିଲ୍ମ ଫେଆର୍‌ ଆଓ୍ଵାର୍ଡ଼ ମଧ୍ୟ ଲାଭ କରିଥିଲେ। ନୂତନଙ୍କର ଶମ୍ମୀ କପୁର୍‌ଙ୍କ ସହ ଆଫେୟାର୍ସକୁ ନେଇ ସେ ସମୟରେ ଜୋର୍‌ଦାର୍‌ ଚର୍ଚ୍ଚା ବି ହୋଇଥିଲା। । ଶୁଣିବାକୁ ମିଳେ ଯେ,ନୂତନଙ୍କର ସରଳତାରେ ଶମ୍ମୀ ଏତେ ମାତ୍ରାରେ ଆକର୍ଷିତ ହୋଇଥିଲେ ଯେ,ସେ ତାହାଙ୍କୁ ବିବାହ କରିବାକୁ ଚାହୁଁଥିଲେ।


ନୂତନଙ୍କର ମାଆ ଶୋଭନା ସମର୍ଥ ଓ ଶମ୍ମୀ କପୁର୍‌ଙ୍କ ପିତା ପୃଥ୍ଵୀରାଜ୍‌ କପୁର୍‌ଙ୍କ ଭିତରେ ଭଲ ବନ୍ଧୁତା ରହିଥିଲା। ଏ ଦୃଷ୍ଟିରୁ ଶମ୍ମୀ ଓ ନୂତନଙ୍କ ମଧ୍ୟରେ ଅବାଧ ମିଳାମିଶା ହେଉଥିଲା। କିନ୍ତୁ ଶମ୍ମୀ କପୁର୍‌ଙ୍କ ପିତା ପୃଥ୍ଵୀରାଜ୍‌ କପୁର୍‌ ପୁଅକୁ ନୂତନଙ୍କ ସହିତ ବିବାହ କରିବାକୁ ବାରଣ କରିଥିଲେ। ଆଉ ଏହି କାରଣ ପାଇଁ ଏମାନଙ୍କ ମଧ୍ୟରେ ବାହାଘର ସମ୍ଭବ ହୋଇନଥିଲା। ତେଣୁ ୧୯୫୯ରେ ରଜନୀଶ୍‌ ବହଲଙ୍କୁ ନୂତନ ବିବାହ କରିଥିଲେ।

ସମ୍ବନ୍ଧିତ ଖବର