ଦର୍ଶକଙ୍କୁ ବାଉଳା କରୁଛି ବାଲମା, ଦିନକରେ ଦେଖିଲେ ୬ ଲକ୍ଷ ଲୋକ

ଭୁବନେଶ୍ୱର: ଲିପ୍ସାଙ୍କ ଅତରଙ୍ଗୀ ଅନ୍ଦାଜ ସାଙ୍ଗକୁ ହରିହରଙ୍କ ମତୁଆଲା ଡ୍ୟାନ୍ସ ଏବେ ଓଡିଶାର ଯୁବପିଢ଼ିଙ୍କୁ ବେଶ ଆକୃଷ୍ଟ କରିଛି | ସୋସିଆଲ ମିଡ଼ିଆ ସାଇଟ ୟୁଟ୍ୟୁବରେ ଏବେ ଲିପ୍ସା-ହରିହରଙ୍କ ଅଭିନୀତ ଭିଡିଓ ‘ଓ ବାଲମା’ ଲୋକପ୍ରିୟ ହେବାରେ ଲାଗିଛି | କଣ୍ଠଶିଳ୍ପୀ ତାରିକ ଅଜିଜଙ୍କ ସହ ଅସୀମ ପଣ୍ଡାଙ୍କ ଗାୟିକିରେ ବେଶ ସୁନ୍ଦର ଭାବରେ ଲିପ୍ସା ଓ ହରିହରଙ୍କ ଡ୍ୟାନ୍ସ ଷ୍ଟେପ ଓଡ଼ିଶାର ଯୁବପିଢିଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି | ଯେଉଁଥିପାଇଁ ଭିଡ଼ିଓଟି ଅପଲୋଡ଼ ହେବାର ମାତ୍ର ଦିନକ ମଧ୍ୟରେ ଏହାକୁ ୬ ଲକ୍ଷ ଥର ଦେଖିଥିବାବେଳେ ତିନି ଦିନରେ ୧୪ ଲକ୍ଷ ଥର ଏହାକୁ ଦେଖାଯାଇଛି |

 

ଓଡ଼ିଶାରେ ବହୁ କୋରିଓଗ୍ରାଫର ଅଛନ୍ତି କିନ୍ତୁ ପରଦା ସାମ୍ନାକୁ ଆସିବାକୁ ସେମାନେ ଚାହିଁବେନି | କିନ୍ତୁ ହରିହର ନିଜେ କୋରିଓଗ୍ରାଫି କରିବା ସହ ପରଦା ସାମ୍ନାକୁ ଆସିଥିଲେ | ଆମେ ଦୁହେଁ ନୃତ୍ୟ ଏତେ ସୁନ୍ଦର ଭାବେ କରିବାକୁ ଚେଷ୍ଟା କରିଥିଲୁ ଯେମିତି ଲୋକଙ୍କ ନଜର ଅନ୍ୟ ଆଡେ ନ ଯାଉ ସେଥିପ୍ରତି ଦୃଷ୍ଟି ଦେଇଥିଲୁ: ଲିପ୍ସା ମିଶ୍ର

ଆମର ମ୍ୟୁଜିକର ଏହି ଆଲବମ ଗତବର୍ଷ ରିଲିଜ ହୋଇଥିବାବେଳେ ଏହାର ଭିଡିଓ ତିନିଦିନ ତଳେ ରିଲିଜ କରାଯାଇଥିଲା | ଏଠାରେ ସୂଚନା ଥାଉ କି ଲିପ୍ସା ମିଶ୍ରଙ୍କର ଏହା ପ୍ରଥମ ଓଡ଼ିଆ ଆଲବମ ହୋଇଥିବାବେଳେ ହରିହର ଦାଶ ଜଣେ ଖ୍ୟାତନାମା କୋରିଓଗ୍ରାଫର ଭାବେ ବେଶ ଜଣାଶୁଣା | ଏହି ଗୀତର ସଂଗୀତ ନିର୍ଦ୍ଦେଶନା ସୁମିତ ଦୀକ୍ଷିତ ଦେଇଥିବାବେଳେ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଏହାକୁ ସୁଟିଂ କରାଯାଇଥିଲା | ଦେଖନ୍ତୁ ଏହି ଭିଡିଓ |

ସମ୍ବନ୍ଧିତ ଖବର