ଏନକାଉଣ୍ଟର ପରେ ନାୟକ ଅର୍ଦ୍ଧେନ୍ଦୁ ଏବଂ ମହାପ୍ରସାଦଙ୍କ ପ୍ରତିକ୍ରିୟା, ପୁଲିସ ଉପଯୁକ୍ତ ଶାସ୍ତି ବିଧାନ କରିଛି

ମୁମ୍ବାଇ: ହାଇଦ୍ରାବାଦ ପ୍ରାଣୀ ଚିକିତ୍ସିକାଙ୍କ ସହ ଗଣଦୁଷ୍କର୍ମ କରି ତାଙ୍କୁ ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଚାରି ଅଭିଯୁକ୍ତ ଆଜି ପୁଲିସ ଏନକାଉଣ୍ଟରରେ ନିହତ ହେବା ପରେ ଓଡ଼ିଆ କଳାକାରମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଓଡ଼ିଆ ସିନେଜଗତର ଲୋକପ୍ରିୟ ନାୟକ ଅର୍ଦ୍ଧେନ୍ଦୁ ନିଜର ପ୍ରତିକ୍ରିୟାରେ କହିଛନ୍ତି,‘ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପୁଲିସ ଉପଯୁକ୍ତ ଶାସ୍ତି ବିଧାନ କରିଛି।ଲୋକଙ୍କ ସାମ୍ନାରେ ଏଭଳି ଦଣ୍ଡବିଧାନ କରାଗଲେ ଆହୁରି ଭଲ ହେବ।’

ଟେଲି ଜଗତର ଜଣାଶୁଣା ନାୟକ ରାଜା ଓରଫ ମହାପ୍ରସାଦ କର ନିଜର ପ୍ରତିକ୍ରିୟାରେ କହିଛନ୍ତି,‘ ମୋଟାମୋଟିଭାବେ ଅଭିଯୁକ୍ତମାନଙ୍କୁ ଭଲ ଶାସ୍ତି ମିଳିଛି। ଅଭିଯୁକ୍ତମାନଙ୍କୁ ଫାଶୀ ଦିଆଯାଇଥିଲେ ଆହୁରି ଭଲ ହୋଇଥାନ୍ତା। ଯଦି ଆଗରୁ ଏଭଳି କରାଯାଇଥାନ୍ତା ତେବେ ଭଲ ହୋଇଥାନ୍ତା। ଏମିତିକା ଦଣ୍ଡ ବିଧାନ ହେବାପରେ ଏହି ଖରାପ କରିବା କଥା ଆଉ କେହି ଚିନ୍ତା କରିବେ ନାହିଁ ବୋଲି ମୁଁ ଭାବୁଛି। ’

ସମ୍ବନ୍ଧିତ ଖବର