ଓଡ଼ିଆ ଭାଷାରେ ଆସୁଛି ‘ବାହୁବଳୀ’

ଭୁବନେଶ୍ୱର: ଓଡ଼ିଆ ଦର୍ଶକଙ୍କ ପାଇଁ ଖୁସି ଖବର | କାରଣ ଓଡ଼ିଆ ଭାଷାରେ ହିଟ ଫିଲ୍ମ ବାହୁବଳୀକୁ ଦର୍ଶକ ଦେଖିବାକୁ ପାଇବେ | ଜି ସାର୍ଥକରେ ଆଗାମୀ ୨୨ ତାରିଖରେ ଏହି ଫିଲ୍ମ ପ୍ରସାରଣ ହେବାକୁ ଯାଉଛି | ୨୦୧୫ ମସିହାରେ ବାହୁବଳୀ ବିଗିନିଙ୍ଗ ନାମରେ ଏହି ଫିଲ୍ମର ତେଲୁଗୁ ସହ ହିନ୍ଦୀ ଭର୍ସନ ରିଲିଜ ହୋଇଥିଲା ଯେଉଁଥିରେ ମୁଖ୍ୟ ଭୂମିକାରେ ପ୍ରଭାସ, ରାଣା ଦଗୁବତି, ଅନୁଷ୍କା ସେଟ୍ଟୀ ଓ ତମନ୍ନା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ |

ଏହି ଫିଲ୍ମର ନିର୍ଦ୍ଦେଶନା ରାଜମୌଲି ଦେଇଥିବାବେଳେ ୧୮୦ କୋଟି ଟଙ୍କାରେ ଫିଲ୍ମ ନିର୍ମାଣ ହୋଇଥିଲା | କିନ୍ତୁ ଫିଲ୍ମଟି ରିଲିଜ ହେବା ପରେ ଦର୍ଶକଙ୍କ ବିପୁଳ ସମର୍ଥନ ମିଳିଥିଲା | ଏହି ଫିଲ୍ମତି ୬୫୦ କୋଟି ଟଙ୍କା ଆୟ କରିଥିଲା | ନୂଆ ରେକର୍ଡ ସୃଷ୍ଟି କରିପାରିଥିଲା ବାହୁବଳୀ |

ଏହି ଫିଲ୍ମଟି ଭାରତର ସର୍ବାଧିକ ଆୟ କରୁଥିବା ଫିଲ୍ମ ଭାବେ ରେକର୍ଡ ସହ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତରେ ମଧ୍ୟ ସର୍ବାଧିକ ଆୟକାରୀ ଫିଲ୍ମ ହୋଇପାରିଥିଲା | ବାହୁବଳୀ ବିଗିନିଙ୍ଗ ପରେ ବାହୁବଳୀ ୨ ମଧ୍ୟ ରିଲିଜ ହୋଇଥିଲା |

ସମ୍ବନ୍ଧିତ ଖବର