ଏହି ଓଲିଉଡ ନାୟିକା ଏବେ ପରଦାରେ ଡନ୍‌ର ଭଉଣୀ

ଭୁବନେଶ୍ୱର: ନୂଆ ଓଡ଼ିଆ ସିନେମା ‘ପାଗଳ ମୁଁ ତୋ’ ପାଇଁ’ରେ ଜଣେ ନୂଆ ନାୟିକା ଭୂମିକାରେ ଖୁବ୍‌ ଶୀଘ୍ର ନଜର ଆସିବେ। ଏଥିରେ ଓଲିଉଡରେ ଜଣେ ନୂଆ ନାୟିକାଙ୍କର ପ୍ରବେଶ ଘଟିଛି। ସେ ହେଲେ ଲଭ୍‌ଲି ଲିଲି। ଲଭ୍‌ଲି ଲିଲି ଙ୍କ ଅଭିନୀତ ଚରିତ୍ରର ନାଆଁ ହେଉଛି ପାୟଲ୍‌। ସେ ଏକ ଚୁଲୁବୁଲି ଝିଅ,ଯିଏ କଲେଜ୍‌ରେ ପାଠ ପଢ଼େ। ପାୟଲ ହେଉଛି ଜଣେ ଡନ୍‌ର ସାନ ଭଉଣୀ। ଏଥିରେ ଡନ୍‌ ଭୂମିକା ନିଭାଇଛନ୍ତି ଅଭିନେତା ମନୋଜ ମିଶ୍ର । ଫିଲ୍ମରେ ନିଜ ଚରିତ୍ରଟି ଖୁବ୍‌ ଦମଦାର୍‌ ବୋଲି କହନ୍ତି ଲଭ୍‌ଲି ଲିଲି । ଏହି ସିନେମାରେ ଅଙ୍କିତ ଅଛନ୍ତି ନାୟକ ଭୂମିକାରେ। ସେ ଟେଲି ଜଗତର ଜଣେ ଜଣାଶୁଣା ଷ୍ଟାର। ଅଙ୍କିତ-ଲଭଲି ଲିଲିଙ୍କ ବ୍ୟତୀତ ଏହି ସିନେମାରେ ଅନୀତା ଦାସ ,ବିଜୁ ବଡ଼ଜେନା ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ତାଙ୍କର ପ୍ରକୃତ ନାଆଁ ହେଲା ମନୋରମା ନାୟକ।ଘରେ ତାଙ୍କୁ ଲିଲି ବୋଲି ଡ଼ାକନ୍ତି ସମସ୍ତେ। ପରଦାରେ ଭଲ ନାଆଁ ଟିଏ ରଖିବାକୁ ଇଛା ହେଲା ତାଙ୍କର । ଏଣୁ ସେ ନିର୍ଦ୍ଦେଶକ ଏନ୍‌.ପାଢ଼ୀଙ୍କୁ ଫିଲ୍ମରେ ନିଜର ନାଆଁ ଲଭ୍‌ଲି ଲିଲି ରଖିବାକୁ ଅନୁରୋଧ କରିଥିଲେ। ସେ ବି ମୋ’ କଥା ରଖିଲେ। ବାସ୍‌ ତାପରେ ଏହି ନାମରେ ଏବେ ପରିଚିତ ହେଉଛନ୍ତି ଓଲିଉଡରେ।

ସମ୍ବନ୍ଧିତ ଖବର