ଯେଉଁ ଓଲିଉଡ ନାୟିକାଙ୍କୁ ଲଞ୍ଚ୍‌ କରିଥିଲେ ନିର୍ଦ୍ଦେଶକ , ଆଉ ଥରେ ନେଇ ନାହାନ୍ତି ତାଙ୍କୁ

ଭୁବନେଶ୍ୱର: ଓଲିଉଡର ଅନ୍ୟତମ ଲୋକପ୍ରିୟ ନାୟିକା ରୀୟା ଦେ ଇତିମଧ୍ୟରେ ଆଠବର୍ଷ ବିତାଇ ସାରିଲେଣି । ୨୦୧୦ରେ ରିଲିଜ୍‌ ହୋଇଥିବା ‘ପ୍ରେମ ଅଢେଇ ଅକ୍ଷର’ ଥିଲା ରୀୟାଙ୍କ ଅଭିନୀତ ପ୍ରଥମ ସିନେମା । ଏହାର ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ ।

ସଂଯୋଗବଶତଃ ଏହା ହେଉଛି ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କର ଦ୍ୱିତୀୟ ସିନେମା । ହେଲେ ଆପଣ ଜାଣନ୍ତି କି ଯେଉଁ ନିର୍ଦ୍ଦେଶକଙ୍କ ଫିଲ୍ମରୁ ଓଲିଉଡରେ ହିରୋଇନ୍‌ଭାବେ ଏଣ୍ଟ୍ରି ନେଇଥିଲେ ରୀୟା, ତାଙ୍କ ସହିତ ସେ ଆଉ କାମ କରିବାର ସୁଯୋଗ ପାଇନାହାଁନ୍ତି । ହଁ ସୁଧାକର ବସନ୍ତ ‘ ପ୍ରେମ ଅଢେଇ ଅକ୍ଷର’ ପରେ ବର୍ଷା ପ୍ରିୟଦର୍ଶନୀଙ୍କ ସମେତ ଅନ୍ୟ ଜଣାଶୁଣାନାୟିକାଙ୍କୁ ନିଜ ସିନେମାରେ ନେଇଛନ୍ତି । ହେଲେ ସେ ଦ୍ୱିତୀୟ ଥର ଲାଗି ରୀୟାଙ୍କ ସହିତ କୌଣସି ଫିଲ୍ମରେ କାମ କରିନାହାନ୍ତି । ଅବଶ୍ୟ ନୃତ୍ୟ ନିର୍ଦ୍ଦେଶକ ରୂପେ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶନା କାମ କେତେକ ଓଡ଼ିଆ ଛବିରେ କାମ କରିଛନ୍ତି ରୀୟା । ରୀୟା ଓଲିଉଡର ଅଧିକାଂଶ ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ କାମ କରିବାର ମଧ୍ୟ ସୁଯୋଗ ପାଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ସୁଧାକର ବସନ୍ତ, ସୁଧାଂଶୁ ମୋହନ ସାହୁ, ଅଶୋକ ପତି, ସୁଶାନ୍ତ ମଣି, ହିମାଂଶୁ ପରିଜା, ଦିଲୀପ ପଣ୍ଡା, ନିଶିକାନ୍ତ ଦଳବେହେରା, ତାପସ ସରଘରିଆ ଶ୍ରୀତମ୍‌ ଦାସଓ ଶୈଳେନ୍ଦ୍ର ପରିଡ଼ା ପ୍ରମୁଖ ।

ସମ୍ବନ୍ଧିତ ଖବର