ଭୁବନେଶ୍ୱର: ଏଥର ପୂଜା ସିନେମାରେ ଦର୍ଶକ ବାବୁସାନ୍-ଭୂମିକା , ଅନୁଭବ-ଶିବାନୀ ଏବଂ ଅନୁଭବ-ତମନ୍ନା ଯୋଡିକୁ ପରଦାରେ ଭେଟିବେ। ହେଲେ କିଛି ଯୋଡି ନଜର ଆସିବେନି। ଏମାନଙ୍କ ଭିତରେ ଅଛନ୍ତି ଓଲିଉଡର ଏହି ଦୁଇ ଲୋକପ୍ରିୟ ଯୋଡି । ଏମାନଙ୍କ ଭିତରୁ ପ୍ରଥମ ଯୋଡି ହେଲେ ଅନୁଭବ-ବର୍ଷା ପ୍ରିୟଦର୍ଶିନୀ । ଓଲିଉଡର ପପୁଲାର୍ ପେଆର୍ ଅନୁଭବ-ବର୍ଷା ପ୍ରିୟଦର୍ଶିନୀଙ୍କୁ ଶେଷ ଥର ପାଇଁ ଦର୍ଶକ ପୂଜା ବଜାରରେ ‘ମେଣ୍ଟାଲ’ଫିଲ୍ମରେ ଦେଖିବାକୁ ପାଇଥିଲେ। ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଏହି ସିନେମା ୨୦୧୪ରେ ପୂଜା ବଜାରରେ ରିଲିଜ୍ ହୋଇଥିଲା। ଏହି ସିନେମାଟି ଦର୍ଶକଙ୍କ ଦ୍ୱାରା ବିଶେଷ ଆଦୃତ ହୋଇନଥିଲା। ଏହାପରେ ଅନୁଭବ-ବର୍ଷାଙ୍କ ଯୋଡ଼ି ଦର୍ଶକ ୨୦୧୫,୨୦୧୬,୨୦୧୭ କି ୨୦୧୮ ପୂଜା ବଜାରକୁ ଆସି ନାହାନ୍ତି। ଅର୍ଥାତ୍ ଗତ ଚାରି ବର୍ଷ ହେଲା ଏହି ଯୋଡ଼ିଙ୍କର ଦଶରା’ରେ କୌଣସି ସିନେମା ରିଲିଜ୍ ହୋଇ ନାହିଁ।
ସବ୍ୟସାଚୀ-ଅର୍ଚ୍ଚିତା:ଓଲିଉଡର ସୋବର ଯୋଡି ହେଲେ ସବ୍ୟସାଚୀ-ଅର୍ଚ୍ଚିତା। ଏହି ଯୋଡ଼ିଙ୍କର ଶେଷ ଦଶହରା ରିଲିଜ୍ ହେଲା ‘ଛାତି ତଳେ ଡିଂ ଡଙ୍ଗ୍’। ୨୦୧୬ରେ ରିଲିଜ୍ ହୋଇଥିଲା ଏହି ସିନେମା। ଏହାପରେ ୨୦୧୭ ବି ୨୦୧୮ ପୂଜା ବଜାରକୁ ଆସି ନାହିଁ ସବ୍ୟସାଚୀ -ଅର୍ଚ୍ଚିତା ଯୋଡିର ସିନେମା।