ନଗେନ୍‌ ରାୟଙ୍କ ନିର୍ଦ୍ଦେଶିତ ଶେଷ ଓଡ଼ିଆ ଛବି

‘ଗପ ହେଲେ ବି ସତ’ ର ଅପାର ସଫଳତା ପରେ ନିର୍ଦ୍ଦେଶକ ନଗେନ୍‌ ରାୟଙ୍କୁ କେତୋଟି ନୂଆ ସିନେମାର ନିର୍ଦ୍ଦେଶନା ଦେବା ଲାଗି ପ୍ରସ୍ତାବ ଆସିଥିଲା । ମାତ୍ର ସେ ସେଥିମଧ୍ୟରୁ ଗୋଟିଏ ଚଳଚ୍ଚିତ୍ରକୁ ବାଛିଥିଲେ , ଯାହା ଥିଲା ତାଙ୍କର ନିର୍ଦ୍ଦେଶିତ ଶେଷ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରର ନାଆଁ ଥିଲା ‘ତପସ୍ୟା’ ।
୧୯୮୦ ମସିହାରେ ମୁକ୍ତିଲାଭ କରିଥିବା କଳାଧଳା ଚଳଚ୍ଚିତ୍ର ‘ତପସ୍ୟା’ ର ପ୍ରଯୋଜକ ଥିଲେ କଟକର ବିଶ୍ୱନାଥ ମିଶ୍ର । ଏହି ଚଳଚ୍ଚିତ୍ରରେ ଶରତ ପୂଜାରୀ, ଅନିତା ଦାସ, ଉତ୍ତମ ମହାନ୍ତି, ଦୀପା ସାହୁ, ଦୁଃଖିରାମ ସ୍ୱାଇଁ ଓ ଦେବୁବୋଷ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

‘ତପସ୍ୟା’ ର କାହାଣୀ ଅତି ଚମତ୍କାର ଥିଲା । ଏହାର ସଂକ୍ଷପ୍ତି କଥାବସ୍ତୁ ଏପରି- ସହରରୁ ଗାଆଁ କୁ ଯାଇଥିବା ଜଣେ ଡାକ୍ତର ଜଣେ ଯୁବତୀୁ ( ଅନିତା ଦାସ)କୁ ଭଲପାଇ ବସନ୍ତି । ଘଟଣାକ୍ରମେ ସେ ଦୁହିଁଙ୍କ ମଧ୍ୟରେ ଦୈହିକ ସଂପର୍କ ହୋଇଯାଏ । ଡାକ୍ତର ଜଣକ ଯୁବତୀ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇ ସହରକୁ କୌଣସି କାମରେ ଆସନ୍ତି । ଅନ୍ତଃସତ୍ତ୍ୱା ଯୁବତୀଟିକୁ ଡାକ୍ତରଙ୍କୁ ଅପେକ୍ଷା କରେ । ତେଣେ ଗାଆଁ ଛାଡିବାକୁ ପଡ଼େ । ସେ ସହରରେ ନିଜ ସ୍ୱାମୀ ଙ୍କୁ ଖୋଜିବାକୁ ଆସେ । କିନ୍ତୁ ଏଠି ଜଣେ ଡ୍ରାଇଭର ତାକୁ ବଳାତ୍କାର ଚେଷ୍ଟା କରେ ।

ଏହାପରେ ଯୁବତୀଟି ଏକ ଝିଅକୁ ଜନ୍ମ ଦେଇଛି । ସେହି ଝିଅ ବଡ ହୋଇ କଲେଜ୍‌ରେ ପାଠ ପଢେ । ଏହି ଝିଅ ( ଦୀପା ସାହୁ) ତାରି କଲେଜ୍‌ରେ ପଢୁଥିବା ଜଣେ ଯୁବକ ( ଉତ୍ତମ ମହାନ୍ତି) କୁ ଭଲପାଏ । ସେହି ମେଡିକାଲ କଲେଜ୍‌ର ଅଧ୍ୟକ୍ଷ ଥାଆନ୍ତି ଉକ୍ତ ଡାକ୍ତର । ଏକ ଗୀତ ପିତା-କନ୍ୟା ଓ ମାତାଙ୍କର ପୁନମିଳନ କରାଇବାରେ ସହାୟକ ହୁଏ । ‘ତପସ୍ୟା’ ଚଳଚ୍ଚିତ୍ର ର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ପ୍ରଫୁଲ୍ଲ କର । ଏଥିରେ ମୋଟ୍‌ ଛଅଟି ଗୀତ ଥିଲା । ଏହି ଗୀତ ଗୁଡିକୁ ଲେଖିଥିଲେ ନିଜେ ପ୍ରଫୁଲ୍ଲ କର ଓ ହରିହର ମିଶ୍ର । ହରିହର ମିଶ୍ର ଙ୍କ ରଚିତ ଢାଳି ଦିଅ ସାରା ଧରଣୀରେ ଆଜି ତୁମରି ଆଶିଷ ଧାରା—–ଗୀତକୁ ଦୁଇ ଦୁଇ ଥର ପରଦା ଉପରେ ଦେଖିବାକୁ ମିଳିଥିଲା । ଏଥିମଧ୍ୟରୁ ପ୍ରଥମେ ଶରତ ପୂଜାରୀ ଙ୍କ ଉପରେ ପିକ୍ଚରାଇଜ୍‌ ହୋଇଥିଲା, ଯାହାକୁ ଗାଇଥିଲେ ଚିତ୍ତ ଜେନା । ଦ୍ୱିତୀୟ ଥର ଦୀପା ସାହୁ ଙ୍କ ଉପରେ ପିକ୍ଚରାଇଜ୍‌ ହୋଇଥିଲା । ସେହି ଗୀତଟି ଯେଉଥିରେ କଣ୍ଠଦାନ କରିଥିଲେ ବାଣୀଜୟରାମ ।ଏଥିରେ ଥିବା ବଜାରେ ବାଜା ବାଲା….ଗୀତରେ କଣ୍ଠଦାନ କରିଥିଲେ ଏସ୍‌.ଜାନକୀ, ଧୀରେ ଧୀରେ ଚାଲେ ଟିକି ନାଆ ଆମ…..ରେ କଣ୍ଠଦାନ କରିଥିଲେ ଚିତ୍ତ ଜେନା ଓ ବାଣୀ ଜୟରାମ, ସୁନ୍ଦରୀରେ ତୁ ମୋ ସରଗର ……ଗୀତ ଗାଇଥିଲେ ପ୍ରଫୁଲ୍ଲ କର ଓ ଏସ୍‌ .ଜାନକୀ ।

‘ତପସ୍ୟା’ ର କାହାଣୀ , ସଙ୍ଗୀତ ଓ ଅଭିନୟ ପ୍ରତ୍ୟେକ ଜୀବନ୍ତ ଓ ମନଛୁଆଁ ହୋଇଥିଲା । ଏହି ଚଳଚ୍ଚିତ୍ର ପାଇଁ ଶରତ ପୂଜାରୀଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆହୁରି କେତୋଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ସଂସ୍ଥା ପକ୍ଷରୁ ଆହୁରି କେତୋଟି ଓଡ଼ିଆ ଚଳଚ୍ଚିତ୍ର ନିର୍ମିତ ହୋଇଥିଲେ ହେଁ ଏଥିରେ ନଗେନ୍‌ ରାୟ ନିର୍ଦ୍ଦେଶନା ଦେଇ ନ ଥିଲେ ।

ସମ୍ବନ୍ଧିତ ଖବର