ପ୍ରଥମ ତିନି ମାସରେ ଏହି ସବୁ ଓଡ଼ିଆ ସିନେମା ରିଲିଜ୍‌ ହୋଇଛି

ଭୁବନେଶ୍ୱର: ଇତି ମଧ୍ୟରେ ବର୍ଷର ପ୍ରଥମ ତିନି ମାସ ବିତିଯାଇଛି । ଏହି ସମୟ ଭିତରେ ମୋଟ୍‌ ସାତଟି ଓଡ଼ିଆ ସିନେମା ମୁକ୍ତିଲାଭ କରିଛି ।
୨୦୧୮ର ପ୍ରଥମ ସିନେମା ହେଲା ‘ଓନଲି ପ୍ୟାର୍‌’ । ସୁନୀଲ କୁମାର ଦାଶଙ୍କ ପ୍ରଯୋଚିତ ଏହି ଓଡ଼ିଆ ଛବିର ନିର୍ଦ୍ଦେଶକ ହେଲେ ତାପସ ସରଘରିଆ । ଏହାର କାହାଣୀ ଓ ସଂଳାପ ଲେଖିଥିଲେ ଭରଦ୍ୱାଜ ପଣ୍ଡା । ଅଭିଜିତ ମଜୁମଦାର ଏହାର ସଙ୍ଗୀତ ନିର୍ଦ୍ଦେଶକ । ଏଥିରେ ବାବୁସାନ୍‌, ସୁପ୍ରିୟା, ମିହିର ଦାସ , ଅପରଜିତା ଓ ପ୍ରଜ୍ଞା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହା ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିଥିଲେ । ଏହା ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିଥିଲା । ଜାନୁଆରିର ଆଉ ଏକ ରିଲିଜ୍‌ ହେଲା ‘ ହାପି ଲକି’ । ଜାନୁଆରି ୨୧ ତାରିଖରେ ରିଲିଜ୍‌ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ସୁଧାଂଶୁ ମୋହନ ସାହୁ । ଚିତ୍ରନାଟ୍ୟ ଓ ସଂଳାପ ଲେଖିଥିଲେ ସଂଜୟ ମହାକୁଳ ଓ ଦେବୀଦତ୍ତ ମହାନ୍ତି । ସଙ୍ଗୀତରେ ଥିଲେ ପ୍ରେମ  ଆନନ୍ଦ । ଏହି ସିନେମାରେ ସମ୍ବିତ୍‌ , ନବାଗତା ସସ୍ମିତା, ଜ୍ୟୋତି , ଏଲିନା ଓ ବବି ମିଶ୍ର ପ୍ରମୁଖ ଲିଡ ରୋଲରେ ଥିଲେ ।


ଫେବୃଆରି ମାସରେ କେବଳ ଗୋଟିଏ ସିନେମା ‘ ଗୁଡୁ ଆଣ୍ଡ୍‌ ଗୁଡି’ ରିଲିଜ୍‌ ହୋଇଥିଲା । ସୂର୍ଯ୍ୟକାନ୍ତ ସାମଲ ଏହାର ପ୍ରଯୋଜ୍‌ ଓ ଶୁଭାଶିଷ ପତି ନିର୍ଦ୍ଦେଶକ । ସଂଜୟ-ଶୀତୁ ଏହାର ସଙ୍ଗୀତକାର । ଏଥିରେ ସୂର୍ଯ୍ୟକାନ୍ତ, ହିମିକା, ସଲିଲ ମିତ୍ର, ମିହିର ଦାସ ଓ ମାମୁନି ମିଶ୍ର ପ୍ରମୁଖ ଅଭିନୟ କରିଥିଲେ । ଏହି ଫିଲ୍ମରେ ଫେବୃଆରି ୨୩ ତାରିଖରେ ମୁକ୍ତିଲାଭ କରିଥିଲା ।


ମାର୍ଚ୍ଚ ମାସରେ ୪ଟି ସିନେମା ପରଦାକୁ ଆସିଥିଲା । ଏଥିମଧ୍ୟରୁ ମାର୍ଚ୍ଚ ୧ ତାରିଖରେ ରିଲିଜ୍‌ ହୋଇଥିଲା ‘ ମନର ମାନସୀ’ । ଏଥିରେ ବିଭାସ, ସୋନାଲୀ, ଅଜିତ ଦାସ ଓ କେକେ ପ୍ରମୁଖ ଅଭିନୟ କରିଥିଲେ । ମାର୍ଚ୍ଚ ୪ ତାରିଖରେ ମୁକ୍ତିଲାଭ କରିଥିଲା ଏ ବର୍ଷର ପଞ୍ଚମ ସିନେମା ‘ ଦୀପୁ ଦ ଡ୍ୟାନ୍ସ ବୟ ’ । ମନୋଜ ରାଉତଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇତିଲେ ଅରୁଣ ଦାସ, ପ୍ରେମ ଆନନ୍ଦ ଏହାର ସଙ୍ଗୀତକାର । ଏଥିରେ ମନୋଜ ରାଉତ, ଏଲସା, କୋଏଲ, ବବି ମିଶ୍ର, ମୀନକେତନ ଓ ଅଜିତ ଦାସ ଅଭିନୟ କରିଥିଲେ । ମାର୍ଚ୍ଚ ୯ ତାରିଖରେ ରିଲିଜ୍‌ ହୋଇଥିଲା ‘ହତ୍ୟା’। ଟି ଗଣେଶଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅର୍ପଣ  ଲିଡ ରୋଲରେ ନଜର ଆସିଥିଲେ। ୨୩ ତାରିଖରେ ସୋହମ ସିଂହଙ୍କ ପ୍ରଯୋଜିତ ତଥା ବିଶ୍ୱଭୂଷଣ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ ଅଜାତ ଶତ୍ରୁ’ ରିଲିଜ୍‌ ହୋଇଥିଲା । ଏଥିରେ ସୋହମ୍‌ , ସାଧ୍‌ଭି ସିଂ, ଦେବଯାନୀ ଓ ମନୋଜ ମିଶ୍ର ଲିଡ ରୋଲରେ ନଜର ଆସିଥିଲେ ।

ସମ୍ବନ୍ଧିତ ଖବର