ଅଣ ଓଡ଼ିଆ ନାୟିକାଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ଆମ ଏହି ଓଡ଼ିଆ ନାୟିକାମାନେ !

ଓଲିଉଡ଼୍‍ରେ ଏବେ ଆଉ ଓଡ଼ିଆ ନାୟିକାଙ୍କର ଅଭାବ ନାହିଁ। ଆଗେ କେବଳ ଅଙ୍ଗ ପ୍ରଦର୍ଶନ ପାଇଁ ବାହାରୁ ଅଣ-ଓଡ଼ିଆ ହିରୋଇନ୍‌ମାନଙ୍କୁ ଅଣାଯାଉଥିଲା। ପ୍ରଯୋଜକମାନେ ଅଣ-ଓଡ଼ିଆ ନାୟିକାଙ୍କୁ ଅଧିକ ପଇସା ଦେଇ ଆଣି ଅନେକ ସମୟରେ  ଲାଭବାନ୍‌ ବି ହେଉଥିଲେ।

ଆଗରୁ ଯେଉଁ ଅଣ ଓଡ଼ିଆ ନାୟିକାମାନେ କୋଲକତା ମୁମ୍ବାଇରୁ ଆସୁଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୋଟିଏ ବା ଦୁଇଟି ଓଡ଼ିଆ ଛବିରେ କାମ କରି ନିଜ ନିଜ ରାଜ୍ୟକୁ ଫେରିଯାଉଥିଲେ। କେବଳ ହାତଗଣତି ଅଣ ଓଡ଼ିଆ ନାୟିକା ଓଲିଉଡ଼୍‍ରେ ରାଜ୍‌ କରିଥିଲେ।ଏମାନଙ୍କ ମଧ୍ୟରେ ରଚନା ବାନାର୍ଜୀ ସର୍ବାଧିକ ସମୟ ଧରି ଓଲିଉଡ଼୍‍ରେ ନିଜର ପ୍ରଭାବ ବିସ୍ତାର କରିବା ସହିତ ଏଠି ନମ୍ବର ଓ୍ଵାନ୍‌ ହେବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିଥିଲେ। ତାଙ୍କ ପରେ ନମ୍ରତା ଥାପ୍ପା ବି ‘ଆଇ ଲଭ୍‌ ୟୁ’ଫିଲ୍ମ ଜରିଆରେ ଓଲିଉଡ଼୍‍ରେ ଏଣ୍ଟ୍ରି ନେଇ ପ୍ରାୟ ଆଠବର୍ଷ ଯାଏଁ ଏଠି ସକ୍ରିୟ ରହିଥିଲେ। ଠିକ୍‌ ସେହିପରି ବଙ୍ଗୀୟ ନାୟିକା ଝିଲିକ୍‌ ବି ପ୍ରାୟ ୪ ବର୍ଷରୁ ଅଧିକ ସମୟ ହେବ ଆସ୍ଥାନ ଜମେଇଛନ୍ତି ଓଲିଉଡରେ।


ଚଳିତ ବର୍ଷ ବି କେତେଜଣ ଅଣଓଡ଼ିଆ ନାୟିକାଙ୍କୁ ଓଡ଼ିଆ ଛବିରେ ଦର୍ଶକ ଭେଟିଛନ୍ତି। କିନ୍ତୁ ବର୍ତ୍ତମାନ ଓଡ଼ିଆ ନାୟିକାମାନେ ଯେ ଅଣ-ଓଡ଼ିଆ ନାୟିକାଙ୍କ ଠୁଁ କୌଣସି ଗୁଣରେ କମ୍‌ ନୁହନ୍ତି,ଏକଥା ଯେ କେହି ସ୍ୱୀକାର କରିବେ। କାରଣ ଏବେକାର ଓଡ଼ିଆ ନାୟିକାମାନେ ଖୁଲ୍ଲମ୍‌ ଖୁଲ୍ଲା ଅଙ୍ଗ ପ୍ରଦର୍ଶନ ସାଙ୍ଗକୁ ଉତ୍ତେଜକ ଦୃଶ୍ୟରେ ଅଭିନୟ କରିବାକୁ କୁଣ୍ଠାବୋଧ କରୁନାହାନ୍ତି। ଏହାର ପ୍ରମାଣ ବି ଆମ ହାତରେ ରହିଛି।

ଚଳିତ ବର୍ଷ ଶିଶୁ କଳାକାରୁ ନାୟିକା ଭାବେ ଓଲିଉଡ଼୍‍ରେ ତାଙ୍କର କ୍ୟାରିଅର୍‌ ଆରମ୍ଭ କରିଥିବା ଭୂମିକା ଦାସ ଏଥିପାଇଁ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କ ଅଭିନୀତ ପ୍ରଥମ ସିନେମା ’ତୁ ମୋ’ ଲଭ୍‌ ଷ୍ଟୋରି’ରେ ନାୟକ ସ୍ୱରାଜଙ୍କୁ ଲିପ୍‌ ଟୁ ଲିପ୍‌ କିସ୍‌ କରିଥିଲେ। ତା’ଛଡ଼ା ଭୂମିକା ତାଙ୍କର ଦୁଇଟି ଯାକ ସିନେମା ‘ତୁ ମୋ’ ଲଭ୍‌ ଷ୍ଟୋରି’ ଓ ‘ହିରୋ ନମ୍ବର ଓ୍ଵାନ୍‌’ରେ ଜବରଦସ୍ତ ଅଙ୍ଗ ପ୍ରଦର୍ଶନ କରିଛନ୍ତି।

ବର୍ତ୍ତମାନ ଓଡ଼ିଆ ନାୟିକାମାନେ ଯେ ଅଣ-ଓଡ଼ିଆ ନାୟିକାଙ୍କ ଠୁଁ କୌଣସି ଗୁଣରେ କମ୍‌ ନୁହନ୍ତି,ଏକଥା ଯେ କେହି ସ୍ୱୀକାର କରିବେ। କାରଣ ଏବେକାର ଓଡ଼ିଆ ନାୟିକାମାନେ ଖୁଲ୍ଲମ୍‌ ଖୁଲ୍ଲା ଅଙ୍ଗ ପ୍ରଦର୍ଶନ ସାଙ୍ଗକୁ ଉତ୍ତେଜକ ଦୃଶ୍ୟରେ ଅଭିନୟ କରିବାକୁ କୁଣ୍ଠାବୋଧ କରୁନାହାନ୍ତି। 

ଠିକ୍‌ ସେହିପରି ‘ମିଠାମିଠା’ ସିନେମାର ଅଙ୍କିତା,‘ନିଝୁମ୍‌ ରାତିର ସାଥୀ’ ଓ ‘ଭାଇନା କ’ଣ କଲା ସେ’ର ନାୟିକା ତମନ୍ନା,‘ସିଷ୍ଟର ଶ୍ରୀଦେବୀ’ର ନାୟିକା ନବାଗତା ଶିବାନୀ,‘ଓ୍ଵାନ୍‌ ଓ୍ଵ ଟ୍ରାଫିକ୍‌’ର ତପସ୍ୟା,‘ଗଡ଼୍‍ଫାଦର୍‌’ର ଐଶ୍ୱର୍ଯ୍ୟା,‘ସପନର ପଥେ ପଥେ’ସିନେମାର ନାୟିକା ସନ୍‌ମୀରା ଏବଂ ଅପକମିଂ ସିନେମା ‘ଯୋଗୀ’ର ନିକିତାଙ୍କ ଠାରେ ଉଭୟ ଗ୍ଲାମର୍‌ ଓ ଅଭିନୟ ଦକ୍ଷତାର ପ୍ରାଚୁର୍ଯ୍ୟ ରହିଛି।ଏମାନେ ସମସ୍ତେ ଅଣ ଓଡ଼ିଆ ନାୟିକାମାନଙ୍କୁ ଟକ୍‌କର ଦେବା ପାଇଁ ପ୍ରସ୍ତୁତ ରହିଛନ୍ତି।

ଅପର ପକ୍ଷରେ ନାମକରା ନାୟିକାମାନଙ୍କ ମଧ୍ୟରେ ଅର୍ଚ୍ଚିତା,ବର୍ଷା, ଶୀତଲ୍‌,ଏଲିନା,ରୀୟା ଓ ଲିପି,ଦୀପିକା ପ୍ରମୁଖ ଏନେଇ ଆଗରୁ ନିଜକୁ ପ୍ରମାଣିତ କରିସାରିଛନ୍ତି। ଏ ଦୃଷ୍ଟିରୁ ଏବେ ଆଉ ଓଡ଼ିଆ ଛବିରେ ଅଣ-ଓଡ଼ିଆ ନାୟିକାଙ୍କର ଆବଶ୍ୟକତା ନାହିଁ ବୋଲି କୁହାଯାଇପାରେ!

 

ସମ୍ବନ୍ଧିତ ଖବର