ହ୍ୟାଣ୍ଡସମ୍‌ ବୟ ଅଭିଷେକଙ୍କ ଗ୍ଲାମର ଗାର୍ଲ ସାଜିଲେ ଏହି ନାୟିକା

ଭୁବନେଶ୍ବର: ଓଡ଼ିଆ ଭାଷାର ଚଳଚ୍ଚିତ୍ର ଟାଇଟଲ କିନ୍ତୁ ଇଂରାଜି। ଅବଶ୍ୟ ଏମିତି ଟ୍ରେଣ୍ଡ ବେଶ୍‌ କିଛିଦିନ ହେବ ଓଲିଉଡ୍‌ରେ ଜାରି ରହିଛି। ଇଂରାଜି ପଢ଼ୁଆ ଦର୍ଶକଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି। ତା’ଛଡ଼ା ଟିନ୍‌ଏଜ୍‌ ଅଭିନେତା ଓ ଅଭିନେତ୍ରୀମାନେ ମଧ୍ୟ ଇଂରାଜି ମିଡିୟମ୍‌ ବିଦ୍ୟାଳୟରୁ ପାଠପଢ଼ି ଆସୁଛନ୍ତି। ସମୟ ସହ ତାଳ ଦେଇ ଚାଲିବାକୁ ସିନେମା ଜଗତ ବି ନିଜକୁ ସେଇ ସ୍ରୋତରେ ସାମିଲ କରିଛି।

ଦକ୍ଷିଣ ଚେନ୍ନାଇର ପୂରା ପ୍ରଡକ୍ସନ ଟିମ୍‌ ‘ଆଇ ଫୋକସ୍‌ ଏଣ୍ଟରଟେନ୍‌ମେଣ୍ଟ’ ପକ୍ଷରୁ ନିର୍ମାଣ ହେଉଥିବା ନୂଆ ଓଡ଼ିଆ ସିନେମାର ଟାଇଟଲ ରହିଛି ‘କ୍ରେଜି-୪’। ଏଥିରେ ହ୍ୟାଣ୍ଡସମ୍‌ ବୟ ଓ ଗ୍ଲାମର ଗାର୍ଲ ସାଜିଛନ୍ତି ଅଭିଷେକ ଓ ସୂର୍ଯ୍ୟମୟୀ। ଏମାନଙ୍କ ବ୍ୟତୀତ ପିଣ୍ଟୁ ନନ୍ଦ, ପ୍ରଜ୍ଞା, ପ୍ରତାପ, ମଣ୍ଟୁ ଓ ଭେଟେରାନ୍‌ ଅଭିନେତା ଉତ୍ତମ ମହାନ୍ତି ମଧ୍ୟ ଏଇ ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି।

ଜେ. ରଞ୍ଜନ ପ୍ରଯୋଜିତ ‘କ୍ରେଜି-୪’ ମୁଭିର ନିର୍ଦେଶନା ଦେଉଛନ୍ତି ସାମାରାଜ୍‌। ସଙ୍ଗୀତ ନିର୍ଦେଶନା ଦେଉଛନ୍ତି ଏସ୍‌. ଚନ୍ଦ୍ରକାନ୍ତ। ଚଳଚ୍ଚିତ୍ରଟି କମେଡି ଡ୍ରାମା ଉପରେ ଆଧାରିତ। ସୁଟିଂ ସରି ଏବେ ପ୍ରେକ୍ଷାଳୟକୁ ଆସିବାକୁ ସଜ ହେଉଛି ଚଳଚ୍ଚିତ୍ର ‘କ୍ରେଜି 4’।

ସମ୍ବନ୍ଧିତ ଖବର