୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?

୨୦୧୭ର ପ୍ରଥମ ନଅମାସ ଆଜି ଶେଷ ହେଉଛି । ଜାନୁଆରି ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବିର ସଂଖ୍ୟା ପହଞ୍ଚିଛି ୨୯ରେ । ଅର୍ଥାତ୍‌ ବର୍ଷର ପ୍ରଥମ ନଅ ମାସରେ ମୋଟ୍‌୨୯ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି ।

ଜାନୁଆରି ମାସରେ ଚତୁର୍ଭୁଜ ଫିଲ୍ମସର ‘ ଗଡ୍‌ଫାଦର’, ଏସ୍‌ .କେ. ମୁଭିଜ୍‌ର ‘ ନିଝୁମ ରାତିର ସାଥୀ ’, ସାର୍ଥକ ମ୍ୟୁଜିକର ଦିଲ୍‌ ଦିଓ୍ଵାନା ହୋଇଗଲା, ଶ୍ରୀ ମୁଭିଜ୍‌ର ତୁମକୁ ଦେଖିଲାପରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଫେବୃଆରିରେ ପରଦାକୁ ଆସିଲା ମାତ୍ର ଦୁଇଟି ଓଡ଼ିଆ ଛବି ରବୀନ୍ଦ୍ର ପଣ୍ଡାଙ୍କ ପ୍ରଯୋଜିତ ଦିଲ୍‌କା ରାଜା ଓ ଶ୍ରୀଧର ମାର୍ଥାଙ୍କ କଥା ଦେଲି ମଥା ଛୁଇଁ ।

ଠିକ୍‌ ସେହିପରି ମାର୍ଚ୍ଚରେ ରିଲିଜ୍‌ ହୋଇଥିଲା ତିନିଟି ଓଡ଼ିଆ ସିନେମା ସତ୍ୟକାନ୍ତ ସାହୁଙ୍କ ଦି ଏଣ୍ଡ୍‌, ସଞ୍ଜୟ କୁମାର ଚୌଧୁରୀଙ୍କ ଆଖି ଖୋଲିଲେ ତୁ ହି ତୁ ଏବଂ ଜି.ଏନ୍‌.ଏସ୍‌.ପ୍ରସାଦଙ୍କ ନିର୍ଦ୍ଦେଶିତ ‘ ସୀତାରାମଙ୍କ ବାହାଘର କଳିଯୁଗରେ’ । ଏପ୍ରିଲ୍‌ରେ ମୁକ୍ତିଲାଭ କରିଥିଲା ତିନିଟି ଓଡ଼ିଆ ସିନେମା ଡି.କେ ମୁଭିଜ୍‌ର ତୁ ମୋ’ ଲଭ ଷ୍ଟୋରି, ଆଦିକନ୍ଦ ସାହୁଙ୍କ ପ୍ରଯୋଜିତ ‘ଟପୋରି’ ଓ ଅୟସକାନ୍ତ ମହାନ୍ତିଙ୍କ ଦ୍ୱାରା ନିର୍ମିତ ‘ ଟିକେ ଖରା ଟିକେ ଛାଇ’ ।

ମଇମାସରେ ବି ନୂଆ ରିଲିଜ୍‌ ସଂଖ୍ୟା ତିନିରେ ସୀମିତ ଥିଲା । ଏଗୁଡିକ ହେଲା ଅମୀୟ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତୁଳସୀ ଅପା, ନାରାୟଣ ଘଡ଼େଇଙ୍କ ନିର୍ଦ୍ଦେଶିତ ଭକ୍ତ ଓ ଭଗବାନ ଏବଂ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ମିଠାମିଠା । ଜୁନ୍‌ ମାସରେ ପରଦାକୁ ଆସିଥିଲା ମାତ୍ର ପରଦାକୁ ଆସିଥିଲା ଦୁଇଟି ଓଡ଼ିଆ ଛବି । ଏଥି ମଧ୍ୟରେ ଥିଲା ଅଶୋକ ପତିଙ୍କ ନିର୍ଦ୍ଦେଶିତ‘ ସିଷ୍ଟର ଶ୍ରୀଦେବୀ’ ଓ କେ. ମୁରଲୀକ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ‘ଅଭୟ’।

ତେବେ ଜୂୁଲାଇ ମାସରେ ମାତ୍ର ଗୋଟିଏ ଓଡ଼ିଆ ସିନେମା ରୋମିଓ ଜୁଲିଅଟ୍‌ ପରଦାକୁ ଆସିଥିଲା । ରମେଶ ବାରିକ ଓ ଜୟନ୍ତ ରାଉତଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶକ ହେଲେ ସୁଧାକର ବସନ୍ତ । ଗତ ଅଗଷ୍ଟ ମାସରେ ମୁକ୍ତିଲାଭ କରିଥିଲା ୪ଟି ସିନେମା। ଏଗୁଡିକ ହେଲା ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ସୁନା ପିଲା ଟିକେ ସ୍କ୍ରୁ ଢ଼ିଲା, ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ସପନର ପଥେ ପଥେ, ନରୋତ୍ତମ ପରିଡାଙ୍କ ନିର୍ଦ୍ଦେଶିତ କଥା ନୁହେଁ ଏକଥା ଏବଂ ଏସ କେ ମୁରଲୀଧରନଙ୍କନିର୍ଦ୍ଦେଶିତ ଜଷ୍ଟ ମୋହବତ୍‌ ।

ତେବେ ସେପ୍ଟେମ୍ବର ମାସରେ ସର୍ବାଧିକ ୭ଟି ଓଡ଼ିଆ ଛବି ମୁକ୍ତିଲାଭ କରିଛି। ଏଥିମଧ୍ୟରେ ରହିଛି ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଭୈରବ, ଅବତାର ସିଂହଙ୍କ ନିର୍ଦ୍ଦେଶିତ ମୁଁ ଖାଣ୍ଟି ଓଡ଼ିଆ ଝିଅ,ପ୍ରଶାନ୍ତ ପାଲଙ୍କ ନିର୍ଦ୍ଦେଶିତ ବଦମାସ ଟୋକା,ରାଜୀବ ମହାନ୍ତିଙ୍କ ନିର୍ଦ୍ଦେଶିତ ଏମିତି ବି ହୋଇପାରେ, ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ହିରୋ ନଂ ୧, ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଶିବା ନଟ୍‌ ଆଉଟ୍‌ ଏବଂ ରମେଶ ରାଉତଙ୍କ ନିର୍ଦ୍ଦେଶିତ କାବୁଲା ବାରବୁଲା ।

ଏଭଳି ଭାବେ ପ୍ରଥମ ନଅ ମାସରେ ୨୯ଟି ସିନେମା ପ୍ରେକ୍ଷାଳୟକୁ ଆସିଛି । ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ ଏଯାବତ୍‌ ସେପ୍ଟେମ୍ବର ମାସରେ ସର୍ବାଧିକ ୭ଟି ଓଡ଼ିଆ ଛବି ମୁକ୍ତିଲାଭ କରିଛି ।

 

ସମ୍ବନ୍ଧିତ ଖବର