ଏହି ତିନି ସଂସ୍ଥା ପକ୍ଷରୁ ମିଳିତଭାବେ ତିଆରି ହେବ ୧୨ଟି ଓଡ଼ିଆ ସିନେମା

ଭୁବନେଶ୍ୱର: ଓଲିଉଡ଼୍‍ର ଏକ ଜଣାଶୁଣା ପ୍ରଯୋଜନା ସଂସ୍ଥା ବିତରଣ ସଂସ୍ଥା ଓ ମନୋରଂଜନ ଚାନେଲ୍‌ ଏବେ ମିଳିତ ଭାବେ ଓଡ଼ିଆ ସିନେମା ନିର୍ମାଣ କାର୍ଯ୍ୟରେ ମନୋନିବେଶ କରିବେ ବୋଲି ଜଣାଯାଇଛି। ଏଠାରେ ଯେଉଁ ପ୍ରଯୋଜନା ସଂସ୍ଥା କୁହାଯାଉଛି,ତାହା ହେଲା ଅକ୍ଷୟ ପରିଜା ପ୍ରଡ଼କସନ୍ସ,ଯାହାର ପ୍ରଯୋଜକ ହେଲେ ଅକ୍ଷୟ କୁମାର ପରିଜା। ଯେଉଁ ବିତରଣ ସଂସ୍ଥା କଥା ଏଠାରେ କୁହାଯାଉଛି ତାହା ହେଲା ପ୍ରକାଶ ଫିଲ୍ମସ ଯାହାର ସତ୍ତ୍ୱାଧିକାରୀ ହେଲେ ପ୍ରଶାନ୍ତ ବେହେରା ଓ କେ. ସୁନୀଲ କୁମାର ଯାଦବ। ଜି ସାର୍ଥକ ଚାନେଲ୍‌ ସହିତ ଏମୋନେ ଚୁକ୍ତିବଦ୍ଧ ହୋଇଛନ୍ତି।

ଅକ୍ଷୟ ପରିଜା ପ୍ରଡ଼କସନନ୍ସ ପକ୍ଷରୁ ଆଗାମୀ ୨ବର୍ଷ ମଧ୍ୟରେ ୧୨ଟି ଓଡ଼ିଆ ଛବି ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି। ଏହି ତିନି ସଂସ୍ଥା ଉଚ୍ଚମାନର ଓଡ଼ିଆ ସିନେମା ନିର୍ମାଣ ଓ ବିତରଣ କରିବା ପାଇଁ ଯୋଜନା କରିଛନ୍ତି।


ଏଠାରେ ସୂଚନାଯୋଗ୍ୟ ଯେ, ଦୁବାଇରେ ରହୁଥିବା ପ୍ରବାସୀ ଭାରତୀୟ ଅକ୍ଷୟ କୁମାର ପରିଜା ଉଭୟ ସମାନ୍ତରାଳ ସିନେମା ଓ ବ୍ୟାବସାୟିକ ନିର୍ମାଣ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ସେ ‘ଜୀଅନ୍ତା ଭୂତ’ଟାଇଟଲ୍‌ରେ ଏକ କଳାତ୍ମକ ସିନେମା ଜରିଆରେ ଓଲିଉଡ଼୍‍ରେ ପାଦ ଥାପିଥିଲେ। ଏହାପରେ ଅକ୍ଷୟ ପରିଜା ଥୁକୁଲ୍‌,ଅଗସ୍ତ୍ୟ,ବାଏ ବାଏ ଦୁବାଇ ଓ କେହି ନୁହେଁ କାହାର ଆଦି ବ୍ୟାବସାୟିକ ଓଡ଼ିଆ ସିନେମା ନିର୍ମାଣ କରିଛନ୍ତି। ଖାଲି ସେତିକି ନୁହେଁ ସେ ‘କଡ଼୍‍ଓ୍ଵି ହଓ୍ଵା’ଟାଇଟଲ୍‌ରେ ଏକ ହିନ୍ଦୀ ସିନେମାର ପ୍ରଯୋଜନା ସହ ମଧ୍ୟ ସଂପୃକ୍ତ ଥିଲେ। ଅପରପକ୍ଷରେ ପ୍ରକାଶ ଫିଲ୍ମସ ଇତିମଧ୍ୟରେ ବହୁ ଓଡ଼ିଆ,ହିନ୍ଦୀ,ଇଂରାଜି ଓ ତେଲୁଗୁ ସିନେମାରେ ବିତରଣ ଅଧିକାର ନେଇ ଓଡ଼ିଆରେ ସଫଳତା ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର