କେମିତି ଏକାଠି ଆସିଲେ ସବ୍ୟସାଚୀ-ଏଲିନା ?

ସିନେ ପ୍ରେମୀ ସବୁବେଳେ ନୂଆ ଯୋଡିଙ୍କୁୁ ପରଦାରେ ଦେଖିବାକୁ ଚାହାଁନ୍ତି । ବୋଧହୁଏ ଏହି କାରଣରୁ ଅନେକ ସମୟରେ ନିର୍ଦ୍ଦେଶକମାନେ ନୂଆ ଯୋଡିଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରିଥାନ୍ତି। ଏଭଳି ଏକ ନୂଆ ଯୋଡି ହେଲେ ସବ୍ୟସାଚୀ-ଏଲିନା । ଏହି ଯୋଡିଙ୍କୁ ପରଦାକୁ ଆଣିବାର ଶ୍ରେୟ ଯିବ ଜଣାଶୁଣା ନିର୍ଦ୍ଦେଶକ ରମେଶ ରାଉତଙ୍କୁ ।

୨୦୦୦ ମସିହାରୁ ଏଯାବତ୍‌ ସିନେମା ଜଗତରେ ସକ୍ରିୟ ଥିବା ରମେଶ ରାଉତ ଇତିମଧ୍ୟରେ ତିନିଟି ଓଡ଼ିଆ ଛବି ଓ ଗୋଟିଏ ହିନ୍ଦୀ ସିନେମାର ନିର୍ଦ୍ଦେଶନା ଦେଇ ସାରିଲେଣି। ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ଗୁଡ଼ିକ ହେଲା-‘ଚାନ୍ଦ ନା ତୁମେ ତାରା’,‘ଗଡ଼୍‍ ଫାଦର୍‌’ଏବଂ ‘କାବୁଲା ବାରବୁଲା-ସର୍ଚ୍ଚିଂଫର୍‌ ଲୈଲା’। ସେ ଏବେ ପୁଣି ଓଡ଼ିଆ ଏକ ସିନେମାର ନିର୍ଦ୍ଦେଶନା ଦେଉଛନ୍ତି । ହଁ ସେ ସଂପ୍ରତି ସେ ସାର୍ଥକର ଏକ ନୂଆ ସିନେମାର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି।


ଏବେ ନିର୍ଦ୍ଦେଶକ ରମେଶ ରାଉତ ପ୍ରଯୋଜକ ସୀତାରାମ୍‌ ଅଗ୍ରଓ୍ଵାଲ୍‌ଙ୍କର ଏକ ନାମକରଣ ହୋଇନଥିବା ସିନେମାର ନିର୍ଦ୍ଦେଶନା ଦେଉଛନ୍ତି। ଏହାର ସଂଳାପ ଲେଖୁଛନ୍ତି ଡ଼ ନିର୍ମଳ ନାୟକ ଓ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ବୈଦନାଥ ଦାସ।

ସବୁଠୁ ବଡ଼ କଥା ହେଲା ଏହି ଫିଲ୍ମରେ ନିର୍ଦ୍ଦେଶକ ରମେଶ ରାଉତ ପ୍ରଥମ ଥର ପାଇଁ ସବ୍ୟସାଚୀ-ଏଲିନା ଯୋଡ଼ିଙ୍କୁ ପରଦାକୁ ଆଣୁଛନ୍ତି। କିପରି ଏହା ସମ୍ବ ହେଲା ଏବଂ କାହିଁକି ସେ ସବ୍ୟ-ଏଲିନା ଯୋଡି ତିଆରି କରିବାକୁ ଚିନ୍ତା କଲେ ଆସନ୍ତୁ ଜାଣିବା କ’ଣ କହୁଛନ୍ତି ରମେଶ। ସେ କହନ୍ତି
‘ହଁ ଏଥିରେ ସବ୍ୟସାଚୀ-ଏଲିନା ଯୋଡ଼ିଙ୍କୁ ନିଆଯାଉଛି। କାହାଣୀର ଏକ ନୂଆ ଯୋଡ଼ିଙ୍କର ଆବଶ୍ୟକତା ଥିଲା,ଯାହାକୁ ପୂରଣ କରିବା ପାଇଁ ମୁଁ ସବ୍ୟସାଚୀ ଓଏଲିନାଙ୍କ ଯୋଡ଼ି ବନାଇଛି। ଆଗରୁ ମୁଁ ଏଲିନାଙ୍କୁ ‘କାବୁଲା ବାରବୁଲା-ସର୍ଚ୍ଚିଂଫର୍‌ ଲୈଲା’ରେ ନିର୍ଦ୍ଦେଶନା ଦେଇସାରିଛି। ଏଣୁ ପ୍ରଥମେ ତାଙ୍କୁ ଫିଲ୍ମର କାହାଣୀ ଶୁଣାଇଲି,ସେ ଖୁବ୍‌ ଖୁସି ହେଲେ ଏବଂ ତତ୍‌କ୍ଷଣାତ୍‌ ରାଜି ହୋଇଗଲେ। ଏହାପରେ ସବ୍ୟସାଚୀଙ୍କୁ କାହାଣୀ ଶୁଣାଇଲି,ସେ ବି ଖୁସି ହେଲେ। ମୁଁ ତାଙ୍କ ବିପକ୍ଷରେ ଏଲିନାଙ୍କୁ ନିଆଯିବ ବୋଲି କହିଲି। ତାଙ୍କର କିଛି ସମସ୍ୟା ନାହିଁ ବୋଲି କହିବା ପରେ ପ୍ରୋଜେକ୍ଟ ଆଗେଇଲା ଏବଂ ଦୁହେଁ ଚୁକ୍ତିବଦ୍ଧ ହେଲେ। ଇତିମଧ୍ୟରେ ଏହି ସିନେମାର ମହୁରତ୍‌ ହୋଇସାରିଛି। ଆଗାମୀ ନଭେମ୍ବର ୨୦ ତାରିଖରୁ ଏଯାବତ୍‌ ନାମକରଣ ହୋଇନଥିବା ସିନେମାର ସୁଟିଂ ଆରମ୍ଭ ହେବ।

ଏହି ସିନେମାରେ ସବ୍ୟସାଚୀ ଓ ଏଲିନାଙ୍କ ଭୂମିକା ସଂପର୍କରେ ସଂକ୍ଷିପ୍ତ ସୂଚନା ଦେଇ ନିର୍ଦ୍ଦେଶକ ରମେଶ ରାଉତ କହିଛନ୍ତି ‘
ଫିଲ୍ମର କଥାବସ୍ତୁ ଅନୁଯାୟୀ ଏଲିନା ହେଉଛନ୍ତି ହାସ୍ୟାଭିନେତା ପପୁ ପମ୍‌ପମ୍‌ଙ୍କ ଶାଳୀ।ପପୁ ଚାହାଁନ୍ତି ନାହିଁ ଯେ,
ଏଲିନାଙ୍କର ବାହାଘର ହେଉ।ଏଣୁ ସେ ସାଙ୍ଗ ସବ୍ୟସାଚୀଙ୍କୁ ଏଲିନାଙ୍କ ବାହାଘର ଭାଙ୍ଗିବାକୁ ଅନୁରୋଧ କରନ୍ତି। ତା’ପରେ ପପୁ ଓ ସବ୍ୟସାଚୀ ମିଶି ଏଲିନାଙ୍କ ବାହାଘର ଭାଙ୍ଗନ୍ତି।କିନ୍ତୁ ତା’ଭିତରେ ସେମାନେ ଗୋଲକ ଧନ୍ଦା ଭିତରେ ଫସିଯାଆନ୍ତି। ଏମାନେ କି ପ୍ରକାରର ସମସ୍ୟା ଭିତରେ ପଡ଼ନ୍ତି ଓ ତା’ ଭିତରେ ସବ୍ୟସାଚୀ ଓ ଏଲିନାଙ୍କର ପ୍ରେମ ସୁରୁ ହୋଇଯାଇ ଶେଷରେ ବାହାଘରରେ ପହଞ୍ଚେ,ତାହା ଦେଖିବାକୁ ମିଳିବ ଏହି ସିନେମାରେ।

 

ସମ୍ବନ୍ଧିତ ଖବର