ବାଘର ଲାଞ୍ଜ ହେବା ଅପେକ୍ଷା ବିରାଡିର ମୁଣ୍ଡ ହେବା ଭଲ , କାହିଁକି ଏଭଳି କହନ୍ତି ଏହି ଜଣାଶୁଣା ଅଭିନେତ୍ରୀ

ଭୁବନେଶ୍ୱର: ଟେଲି ଦୁନିଆଁର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଲେ ଛନ୍ଦିତା। ସେ ଇତିମଧ୍ୟରେ ବେଶ କେତୋଟି ମେଗା ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇଛନ୍ତି। ଖାଲି ସେତିକି ନୁହେଁ ସେ ଯାତ୍ରାରେ ବି ନାୟିକା ବନିଛନ୍ତି। କିନ୍ତୁ ଏଯାଏଁ ବଡ଼ ପରଦାରେ ଲିଡ ରୋଲରେ ନଜର ଆସି ନାହାନ୍ତି। ଛନ୍ଦିତା ଟେଲିଭିଜନ୍‌ ମନଛୁଆଁ ଗୀତ ଓ ମନ ମାନେନା କାର୍ଯ୍ୟକ୍ରମରେ ଆଙ୍କରିଂ କରି ଟେଲି ଦୁନିଆଁରେ ପରିଚିତା ହୋଇଥିିଲେ। ତେବେ ରୋହିତ ଗାନ୍ଧୀ ଛନ୍ଦିତାଙ୍କୁ ନିଜ ପ୍ରଯୋଜିତ ‘ଦାସୀ’ ମେଗା ଧାରାବାହିକରେ ପ୍ରଥମେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ଏହାପରେ ତାଙ୍କୁ ‘ବୋହୁ’, କିଏ ସାତ କିଏ ସତର, ଦୁର୍ଗା ଓ ‘ତୋ’ ଅଗଣାରେ ତୁଳସୀ ମୁଁ’ ଆଦି ମେଗା ସିରିଅଲରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ଛନ୍ଦିତା।


ତେବେ ଛନ୍ଦିତା କାହିଁକି ଏ ଯାଏଁ ବଡ଼ ପରଦାରେ ଲିଡ୍‌ ରୋଲରେ ନଜର ଆସି ନାହାଁନ୍ତି,ଜାଣନ୍ତି କି! ଏ ସଂପର୍କରେ ଛନ୍ଦିତାଙ୍କ କହିବାର କଥା ହେଲା ଯେ ଫିଲ୍ମରେ ଅଭିନୟ କରିବାର ଇଚ୍ଛା ତ ଅଛି, ହେଲେ ମନ ପସନ୍ଦ ଚରିତ୍ର ମିଳୁ ନଥିବା ହେତୁ ସେ ବଡ଼ ପରଦାରେ କାମ କରି ନାହାନ୍ତି। ତାଙ୍କ ପାଖକୁ ଅଫର୍‌ ତ ଆସୁଛି, ହେଲେ ତାହା ପସନ୍ଦ ହୋଇନି ବୋଲି କହନ୍ତି ଛନ୍ଦିତା। ତାଙ୍କ ଭାଷାରେ ବାଘର ଲାଞ୍ଜ ହେବା ଅପେକ୍ଷା ବିରାଡିର ମୁଣ୍ଡ ହେବା ଭଲ।

ସମ୍ବନ୍ଧିତ ଖବର