୨୦୧୭ରେ କେତେକ ଆଗ ଧାଡ଼ିର ନାୟକଙ୍କ କେବଳ ଗୋଟିଏ ସିନେମା ରିଲିଜ୍ ହୋଇଛି। ହଁ ,ସେମାନଙ୍କୁ ମାତ୍ର ଗୋଟିଏ ସିନେମାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ଆସନ୍ତୁ ସେମାନଙ୍କ ଉପରେ ନଜର ପକାଇବା।
ସବ୍ୟସାଚୀ:- ଓଲିଉଡ଼୍ର ସୋବର ବୟ ସବ୍ୟସାଚୀଙ୍କ କ୍ୟାରିଅର୍ର ଏହା ପ୍ରଥମ ବର୍ଷ ଯେଉଁଥର ତାଙ୍କର କେବଳ ଗୋଟିଏ ଓଡ଼ିଆ ଛବି ମୁକ୍ତଲାଭ କରିଛି। ଏହି ଓଡ଼ିଆ ଛବି ହେଲା-‘ସୀତାରାମଙ୍କ ବାହାଘର କଳିଯୁଗରେ’।
ଆକାଶ:- ଓଲିଉଡ଼୍ର ଆଗଧାଡ଼ିର ଅନ୍ୟତମ ନାୟକ ଆକାଶ ବି ଏବର୍ଷ କେବଳ ଗୋଟିଏ ଛବିରେ ନଜର ଆସିଛନ୍ତିି।ଏହି ଫିଲ୍ମ ହେଲା ଏସ୍.କେ ମୁରଲିଧରନ୍ଙ୍କ ନିର୍ଦ୍ଦେଶିତ ‘ଜଷ୍ଟ୍ ମୋହବତ୍।ଏଥିରେ ଅର୍ଚ୍ଚିତାଙ୍କ ବିପକ୍ଷରେ ଦେଖା ଦେଇଥିଲେ ଆକାଶ।
ସମ୍ବିତ୍:- ସମ୍ବିତ୍ଙ୍କୁ ଦର୍ଶକ ୨୦୧୭ରେ କେବଳ ଗୋଟିଏ ଓଡ଼ିଆ ସିନେମାରେ ଦେଖିବାକୁ ପାଇଛନ୍ତି।ଏହା ହେଲା ଚନ୍ଦନ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ତୁମକୁ ଦେଖିବା ପରେ’।ଏଥିରେ ପ୍ରଥମ ଥର ପାଇଁ ଝିଲିକ୍ଙ୍କ ନାୟକ ବନିଥିଲେ ସମ୍ବିତ୍।
ସ୍ୱରାଜ୍:- ନବାଗତ ୟଙ୍ଗ୍ ସେନସେସନ୍ ସ୍ୱରାଜଙ୍କୁ ଦର୍ଶକ କେବଳ ଏବର୍ଷ ଗୋଟିଏ ଓଡ଼ିଆ ଛବି ‘ତୁ ମୋ’ ଲଭ୍ଷ୍ଟୋରି’ରେ ଦେଖିବାକୁ ପାଇଛନ୍ତି।ଚଳିତ ବର୍ଷ ତାଙ୍କର ଅନ୍ୟ ଏକ ସିନେମା ‘ଲୈଲା ଓ ଲୈଲା’ରିଲିଜ୍ ହେବାର ଥିଲା,ମାତ୍ର ତାହା ରିଲିଜ୍ ହୋଇ ନାହିଁ।
ଠିକ୍ ସେହିପରି ‘ମୁଁ ଗାନ୍ଧି ନୁହେଁ’ ଫେମ୍ କରଣଙ୍କୁ ବି କେବଳ ଗୋଟିଏ ସିନେମା ‘ଟିକେ ଅନାଡ଼ି ପୁରା ଖିଲାଡ଼ି’,ଦୁଷ୍ମନ୍ତଙ୍କୁ ‘ମୁଁ ଗୋଟିଏ ଦୁଷ୍ଟପିଲା’, ‘ଓ୍ଵାନଓ୍ଵ ଟ୍ରାଫିକ୍’ ଫେମ୍ ସମ୍ଭବଙ୍କୁ ‘ମିଠାମିଠା’,ଅ ଆ ହର୍ଷେଇ ଫେମ୍ ଅର୍ଦ୍ଧେନ୍ଦୁଙ୍କୁ ‘ଟପୋରି’ରେ ଦେଖିବାକୁ ପାଇଛନ୍ତି ସିନେପ୍ରେମୀ।