ହିନ୍ଦୁ ସଂଗଠନର ଘୋଷଣା : ସଲମାନ ଖାନ୍‌ଙ୍କୁ ସର୍ବସାଧାରଣରେ ମାଡ଼ ମାରିଲେ ମିଳିବ ୨ଲକ୍ଷ ଟଙ୍କା !

0 1,154

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିବା ପାଇଁ ‘ବିଶ୍ୱ ହିନ୍ଦୁ ପରିଷଦ’ କରିଥିବା ଘୋଷଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ହିନ୍ଦୁ ସଂଗଠନ କ’ଣ ପାଇଁ ଏଭଳି ଘୋଷଣା କରିଛି ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିବା ବେଳେ ବିଶ୍ୱ ହିନ୍ଦୁ ସଂଗଠନ ଅଧୀନରେ ଏବେ ନୂଆ କରି ଆରମ୍ଭ ହୋଇଥିବା ‘ହିନ୍ଦୁ ହି ଆଗେ’ ଶାଖା ଏଭଳି ଘୋଷଣା କରିଥିବା ସୂଚନା ମିଳିଛି । ସଲମାନ ହିନ୍ଦୁମାନଙ୍କର ଭାବନାକୁ ଆଘାତ ପହଞ୍ଚାଇଥିବାରୁ ସଂଗଠନର ମୁଖ୍ୟ ଗୋବିନ୍ଦ ପରାଶର ଏଭଳି ଘୋଷଣା କରିଥିବା ଜଣା ପଡ଼ିଛି ।

MensXP.com

ସୂଚନା ମୁତାବକ, ସଲମାନ ନିଜ ଭିଣୋଇ ଆୟୁଷ ଶର୍ମାଙ୍କୁ ନେଇ ଏକ ଫିଲ୍ମ ତିଆରି କରୁଛନ୍ତି, ଯାହାର ଶୀର୍ଷକ ରହିଛି ‘ଲଭ୍‌ରାତ୍ରୀ’ । ଗୋବିନ୍ଦଙ୍କ କହିବା ଅନୁଯାୟୀ,ସଲମାନ ଜାଣି ଶୁଣି ହିନ୍ଦୁମାନଙ୍କର ପର୍ବ ନବରାତ୍ରୀକୁ ଭାଙ୍ଗି ‘ଲଭରାତ୍ରୀ’ କରିଛନ୍ତି । ଏହା ସହ ସେ ଏହି ଫିଲ୍ମକୁ ନବରାତ୍ରୀ ସମୟରେ ହିଁ ରିଲିଜ କରିବା ପାଇଁ ଚାହୁଁଛନ୍ତି । ଏପରି କରି ସେ ହିନ୍ଦୁମାନଙ୍କର ଭାବନାକୁ ଆଘାତ ପହଞ୍ଚାଉଛନ୍ତି । ଖାଲି ସେତିକି ନୁହେଁ, ଗୁରୁବାର ଦିନ ଗୋବିନ୍ଦ ପରାଶର ଏବଂ ସଂଗଠନର କର୍ମକର୍ତ୍ତାମାନେ ଫିଲ୍ମର ପୋଷ୍ଟର ଜାଳି ବିରୋଧ ପ୍ରଦର୍ଶନ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.