ଏହି ଓଲିଉଡ ନାୟକଙ୍କ ହାତ ଫାଙ୍କା !

ଭୁବନେଶ୍ୱର: ଗତ କିଛି ମାସ ହେଲା କେତେକ ଓଲିଉଡ୍‌ ନାୟକ କୌଣସି ନୂଆ ସିନେମା ସାଇନ୍‌ କରି ନଥିବା ଜଣାଯାଇଛି । ଏହି ଟପ୍‌ ହିରୋଙ୍କ ଭିତରେ ବେଶି ଚର୍ଚ୍ଚାରେ ରହିଛନ୍ତି ଅରିନ୍ଦମ୍‌, ଆକାଶ , ବୁଦ୍ଧାଦିତ୍ୟ ଓ ଅମ୍ଳାନ । ଏମାନଙ୍କ ଭିତରୁ ଅରିନ୍ଦମ୍‌ ଓ ଆକାଶ ରାଜନୀତିରେ ବେଶ୍‌ ସକ୍ରିୟ ଅଛନ୍ତି । ଆକାଶ ତ ଜଣେ ବିଧାୟକ, ଏଣୁ ସେ ରାଜନୀତିରେ ସକ୍ରିୟ ରହିବା ସ୍ୱାଭାବିକ ।

*

ଅନ୍ୟପକ୍ଷରେ ବୁଦ୍ଧାଦିତ୍ୟ ମହାନ୍ତି ମୁମ୍ବାଇରେ ରହି ନିଜର କ୍ୟାରିଅର୍‌କୁ ଆଗକୁ ନେଇଛନ୍ତି । ଏଣୁ ତାଙ୍କ କଥା ବି ଭିନ୍ନ । ତା’ଛଡା ସେ କମ୍‌ ସଂଖ୍ୟକ ଓଡ଼ିଆ ଛବିରେ ବି କାମ କରିବାର ନଜିର ରହିଛି । ହେଲେ ଅମ୍ଳାନ ତ ଜଣେ ବ୍ୟସ୍ତ ନାୟକ ଥିଲେ । ସେ ୨୦୦୩ରେ ‘ ଟାର୍ଗେଟ’ ସିନେମାରୁ ଓଲିଉଡରେ ହିରୋଭାବେ ଡେବ୍ୟୁ କରିବା ପରେ ନିୟମିତ ଭାବେ ସିନେମାରେ କାମ କରି ଆସୁଛନ୍ତି । ତାଙ୍କର ବର୍ଷକୁ ୨ ରୁ ୩ ଟି ଲେଖାଏଁ ସିନେମା ରିଲିଜ୍‌ ହୋଇଛି । ଗତ ବର୍ଷ ଅମ୍ଳାନଙ୍କୁ ‘ ସପନର ପଥେ ପଥେ’ ଓ ‘ବଜରଙ୍ଗୀ’ ଭଳି ସିନେମାରେ ନାୟକ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ ।

*

ଇତିମଧ୍ୟରେ ୨୦୧୮ର ପ୍ରଥମ ଦୁଇ ମାସ ବିତି ଗଲାଣି, କିନ୍ତୁ ଅମ୍ଳାନଙ୍କୁ ଏଯାବତ୍‌ କୌଣସି ଗୋଟିଏ ବି ଓଡ଼ିଆ ଛବିରେ ଦେଖିବାକୁ ମିଳି ନାହିଁ । ଏ ଦୃଷ୍ଟିରୁ ସିନେପ୍ରେମୀ ପରଦାରେ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ।

ଅମ୍ଳାନ ଜଣେ ଭଲ ଅଭିନେତା ଓ ସେ ବେଶ୍‌ କେତୋଟି ହିଟ୍‌ ସିନେମା ମଧ୍ୟ ଦେଇଛନ୍ତି । ଖାସ୍‌ କରି ଅମ୍ଳାନଙ୍କ ଅଭିନୀତ ଗୋଲାପି ଗୋଲାପି, କଲେଜ୍‌ ଟାଇମ୍‌ ଓ ନୂଆ ନୂଆ ପ୍ରେମରେ ଆଦି ଭଲ ଚାଲିଥିଲା ।

ସମ୍ବନ୍ଧିତ ଖବର