ଏହି ପରଦା ପଛର ପ୍ରସିଦ୍ଧ ବ୍ୟକ୍ତିମାନେ ଏ ବର୍ଷ ଅନୁପସ୍ଥିତ!

୨୦୧୭ ଓଡ଼ିଆ ସିନେମା ଜଗତ ପାଇଁ ଏକ ଉଲ୍ଲେଖନୀୟ ବର୍ଷ। ଏ ବର୍ଷ ୩୬ଟି ଓଡ଼ିଆ ଛବି ମୁକ୍ତିଲାଭ କରିଛି। ଏହି ବର୍ଷ ବହୁ ନିର୍ଦ୍ଦେଶକ, ପ୍ରଯୋଜକ ଓ ସଂଗୀତ ନିର୍ଦ୍ଦେଶକ ନୂଆ କରି ଓଲିଉଡରେ ପାଦ ରଖିଥିବା ବେଳେ ପୁରୁଣାମାନେ ମଧ୍ୟ ଦର୍ଶକଙ୍କୁ ନିଜ ନିଜର ଫିଲ୍ମ ମାଧ୍ୟମରେ ମନୋରଂଜନର ଖୋରାକ ଯୋଗାଇଛନ୍ତି।

ହେଲେ ଏ ବର୍ଷ କିଛି ନାମୀ ନିର୍ଦ୍ଦେଶକଙ୍କର କୌଣସି ସିନେମା ମୁକ୍ତିଲାଭ କରିନାହିଁ। ଏମାନଙ୍କ ଭିତରେ ଅଛନ୍ତି ପ୍ରଶାନ୍ତ ନନ୍ଦ, ସବ୍ୟସାଚୀ ମହାପାତ୍ର, ଚକ୍ରଧର ସାହୁ,ବସନ୍ତ ସାହୁ, ହିମାଂଶୁ ପରିଜା(ଚଣ୍ଡୀ) ଓ ହିମାଂଶୁ ଖଟୁଆ ପ୍ରମୁଖଙ୍କ ନାମ ଅଗ୍ରଗଣ୍ୟ।

ଠିକ୍‌ ସେହିପରି ବ୍ରଜରାଜ୍‌ ମୁଭିଜ୍‌ର ସଞ୍ଜୟ ନାୟକ, ବିଜୟ ନାୟକ, ଓସ୍କାର ମୁଭିଜର ପ୍ରଭାସ ଚନ୍ଦ୍ର ରାଉତ, ମା’ ତାରିଣୀ ଫିଲ୍ମ ପ୍ରଡକସନ୍‌ର ପ୍ରଯୋଜକ ନିରଂଜନ ରଣା ପ୍ରମୁଖଙ୍କର ବି କୌଣସି ଗୋଟିଏ ଓଡ଼ିଆ ଛବି ଏ ବର୍ଷ ମୁକ୍ତିଲାଭ କରିନାହିଁ।

ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ସ୍ୱରୂପ ନାୟକ ଓ ମନ୍ମଥ ମିଶ୍ର ଏ ବର୍ଷ ଅନୁପସ୍ଥିତ ତାଲିକାରେ ରହିଛନ୍ତି।

ସମ୍ବନ୍ଧିତ ଖବର