ସ୍ୱାମୀଙ୍କ ପାଇଁ ନିର୍ବାଚନୀ ପ୍ରଚାରରେ ଓଲିଉଡ୍‌ ନାୟିକା, ଖରାକୁ ଖାତିର କରୁନାହାନ୍ତି ବିଦୁ

ବଲାଙ୍ଗୀର: ବଲାଙ୍ଗୀରରେ ଖରାର ତାତିକୁ ବଳି ପଡୁଛି ର୍ନିବାଚନୀ ତାତି। ଦ୍ୱିତୀୟ ପର୍ଯ୍ୟାୟରେ ବଲାଙ୍ଗିରରେ ଭୋଟ ପଡିବାକୁ ଥିବା ବେଳେ ପ୍ରଚାର ମଇଦାନରେ ସ୍ୱାମୀଙ୍କ ପାଇଁ ଭୋଟ ମାଗୁଛନ୍ତି ଅଭିନେତ୍ରୀ ବିଦୁସ୍ମିତା। ସ୍ୱାମୀ ଅନନ୍ତ ଦାସ ବଲାଙ୍ଗୀର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ପ୍ରଚାରକୁ ଯୋରଦାର କରିଛନ୍ତି ବିଦୁସ୍ମିତା। ଆଜି ସେ ସ୍କୁଟିରେ ବିଜେପିର ମହିଳା ମୋର୍ଚ୍ଚା କର୍ମୀଙ୍କ ସହ ପ୍ରଚାର କରିଛନ୍ତି। ବଲାଙ୍ଗୀରରେ ଭାରତୀୟ ଜନତା ପାର୍ଟିର ବାଜିମାତ୍‌ ହେବ ବୋଲି ବିଦୁସ୍ମିତା ଦାବି କରିଛନ୍ତି। ବଲାଙ୍ଗୀର ବିଧାନସଭା ଗାଦି ପାଇଁ କଂଗ୍ରେସର ନରସିଂହ ମିଶ୍ର, ବିଜେଡିର ଅର୍କେଶ ସିଂଦେଓ ଓ ବିଜେପିର ଅନନ୍ତ ଦାଶ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

ସେପଟେ ବରଗଡ ଲୋକସଭା ଆସନରେ ଏଥର ହେଉଛି ବଡ ମୁକାବିଲା। ଏଠାରେ ବିଜେଡିରୁ ଲଢୁଛନ୍ତି ପ୍ରସନ୍ନ ଆଚାର୍ଯ୍ୟ, ବିଜେପିରୁ ସୁରେଶ ପୂଜାରୀ ଓ କଂଗ୍ରେସରୁ ପ୍ରଦୀପ ଦେବତା । ଏଠାରେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ। ୧୮ ତାରିଖର ଏହି ଭୋଟ ପାଇଁ ୩ ଦଳର ପ୍ରାର୍ଥୀ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ଗତଥର ଏଠାରୁ ବିଜେଡିର ପ୍ରଭାସ ସିଂ ବିଜୟ ଲାଭ କରିିଥିଲେ। ସେ ୩ ଲକ୍ଷ ୮୩ ହଜାରରୁ ଅଧିକ ଭୋଟ ପାଇଥିଲେ।

ପ୍ରଚାର ମୈଦାନରେ ଅତାବିରା ବିଧାନସଭା ଆସନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ। ଘର ଘର ବୁଲି ଭୋଟ ଭିକ୍ଷା କରିବା ସହ ତାଙ୍କୁ ବିପୁଳ ମାତ୍ରାରେ ଭୋଟ ଦେବାକୁ ନିବେଦନ କରିଛନ୍ତି। ବିକାଶର ମୁଦ୍ଦାକୁ ନେଇ ସେ ଭୋଟରଙ୍କ ପାଖକୁ ଯାଉଛନ୍ତି। ବିଜୁ ଜନତା ଦଳ ପ୍ରତି ଲୋକଙ୍କ ସମର୍ଥନ ଅଛି। ଅଂଚଳରେ ପାନୀୟ ଜଳ ସମସ୍ୟା, ବିଦ୍ୟୁତ ସମସ୍ୟା , ରାସ୍ତାର୍ନିମାଣ ସହ ବିଭିନ୍ନ ଜନହିତକାର କାମ ହୋଇଛି। ତେଣୁ ଏଠାରେ ନିଶ୍ଚିତ ବିଜେଡ଼ି ଜିତିବ ବୋଲି କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ।

ସମ୍ବନ୍ଧିତ ଖବର