ଏହି ସିନେମା ଜରିଆରେ ଓଲିଉଡ଼କୁ ଫେରିଲେ ଦେବସ୍ମିତା

ଭୁବନେଶ୍ୱର:ଓଲିଉଡରେ ଅନେକ ନୂଆ ନାୟିକାଙ୍କ ପ୍ରବେଶ ଘଟୁଛି । ହେଲେ ସେମାନଙ୍କ ଭିତରୁ କେତେକ ନିୟମିତ ପରଦାରେ ଆସୁଛନ୍ତି ,ଆଉ କେତେକ ମଝିରେ ନଜର ଆସୁଛନ୍ତି। ଏବେ ପୁଣି ଜଣେ ନାୟିକା ଫେରିଛନ୍ତି ଓଲିଉଡକୁ । ସେ ହେଲେ ଦେବସ୍ମିତା ।ଏଠାରେ ସୂଚନାଯୋଗ୍ୟ ଯେ,ଦେବସ୍ମିତା ୨୦୧୫ରେ ରିଲିଜ୍‌ ହୋଇଥିବା ‘ରଘୁପତି ରାଘବ ରାଜାରାମ’ ଜରିଆରେ ନାୟିକା ହେବାର ସୌଭାଗ ପ୍ରାପ୍ତ କରିଥିଲେ। ତାଙ୍କୁ ଏକ ରିଆଲିଟି ସୋ’ ‘ମୁଁ ବି ହିରୋଇନ୍‌ ହେବି’ ଜରିଆରେ ମନୋନୀତ କରାଯାଇଥିଲା।ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଦେବସ୍ମିତାଙ୍କୁ ଦେବାଶିଷଙ୍କ ବିପକ୍ଷରେ ନାୟିକା ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାନ୍ତ,ପୁପିନ୍ଦର,ରୂପାଲୀ ଓ ରୀୟା ଦେ ପ୍ରମୁଖ ମଧ୍ୟ ଅଭିନୟ କରିଥିଲେ ଲିଡ଼ରୋଲ୍‌ରେ।

ଏବେ ସେ ଯେଉଁ ସିନେମା ଜରିଆରେ ଫେରୁଛନ୍ତି ତାହାର ଟାଇଟଲ ହେଲା ‘ଭାଇଜାନ୍‌’। ଏହି ଓଡ଼ିଆ ସିନେମାରେ ଦେବସ୍ମିତାଙ୍କ ବ୍ୟତୀତ ସୂରଜ,ନବାଗତ ପ୍ରଶାନ୍ତ,ଇଲୁ ବାନାର୍ଜୀ,ସରୋଜ ଦାଶ,ପ୍ରଦ୍ୟୁମ୍ନ ଲେଙ୍କା,ପ୍ରଜ୍ଞା ଖଟୁଆ,ଦେବୀ ବାରିକ ଓ କାଳୀ ଆଚାର୍ଯ୍ୟ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏଥିରେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଭୂମିକାରେ ନଜର ଆସିବେ ଦେବସ୍ମିତା ।

‘ଭାଇଜାନ୍‌’ ହେଉଛି ଏକ ଆକ୍‌ସନ୍‌ଧର୍ମୀ ସିନେମା।ସୂର୍ଯ୍ୟକାନ୍ତ ମହାଳିକ ହେଉଛନ୍ତି ‘ଭାଇଜାନ୍‌’ର ପ୍ରଯୋଜକ।ଏହି ସିନେମାର ସଂଳାପ ଲେଖିଛନ୍ତି ଡ଼ ନିର୍ମଳ ନାୟକ।ବୈଦ୍ୟନାଥ ଦାସ ଏହାର ସଙ୍ଗୀତ ନିର୍ଦ୍ଦେଶକ। ଇତିମଧ୍ୟରେ ଏହି ଓଡ଼ିଆ ଛବିର ସୁଟିଂ ସରିଛି  ।

ସମ୍ବନ୍ଧିତ ଖବର