ଓଲିଉଡର ଚୁଲବୁଲି ନାୟିକା ପୁନମ୍ ମିଶ୍ର ପ୍ରାୟ ଦୁଇ ବର୍ଷ ହେଲା ବଡ଼ ପରଦାରେ ଦେଖା ଦେଇ ନାହାନ୍ତି । ସେ ୨୦୧୧ରେ ରିଲିଜ୍ ହୋଇଥିବା ନିର୍ଦେଶକ ସଞ୍ଜୟ ନାୟକଙ୍କ ଓଡ଼ିଆ ସିନେମା ‘ବାଇଶି ପାହାଚେ ଖେଳିବ ମୀନ’ରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ପ୍ରଥମ ସିନେମାରେ ଜଣେ ନବାଗତଙ୍କ ବିପକ୍ଷରେ ନାୟିକା ସାଜିଥିଲେ ପୁନମ।
/sambad/media/post_attachments/wp-content/uploads/2017/11/love-master1-300x188.jpg)
ଏହାପରେ ତାଙ୍କୁ ୨୦୧୨ରେ ମୁକ୍ତିଲାଭ କରିଥିବା ହିମାଂଶୁ ପରିଜା ନିର୍ଦେଶିତ ‘ଲଭମାଷ୍ଟର’ ଓ ମନୋରଞ୍ଜନ ପାଲ ପ୍ରଯୋଜିତ ‘ରକଷ୍ଟାର୍’(୨୦୧୫)ରେ ଦେଖିବାକୁ ମିଳିଥିଲା।‘ଲଭମାଷ୍ଟର’ ରେ ବାବୁସାନ୍ ଥିଲେ ତାଙ୍କର ନାୟକ ଏବଂ ‘ରକଷ୍ଟାର୍’ରେ ବୁଲୁଙ୍କ ଅପୋଜିଟରେ ନଜର ଆସିଥିଲେ ପୁନମ୍।
ବିଗତ ୬ ବର୍ଷରେ ମାତ୍ର ୩ଟି ଛବିରେ ନାୟିକା ଭୂମିକା କରିବା ନିଶ୍ଚିତରୂପେ ବିସ୍ମୟକର କଥା। ଏହି ସୁନ୍ଦରୀ ନାୟିକାଙ୍କୁ କିନ୍ତୁ ନିୟମିତ ଭାବେ ଫିଲ୍ମର ଅଫର୍ ମିଳେ, ହେଲେ ସେ ସହଜରେ ତାହା ସ୍ୱୀକାର କରନ୍ତି ନାହିଁ। ଏକାଧିକବାର ଏମିତି ବି ଘଟିଛି ଯେ ସେ ଫିଲ୍ମ ସାଇନ୍ କରନ୍ତି ହେଲେ ପରବର୍ତୀ ସମୟରେ ସେଥିରୁ ଓହରି ଯାଆନ୍ତି। ଚଳିତ ବର୍ଷ ରିଲିଜ୍ ହୋଇଥିବା ‘ଆଖି ଖୋଲିଲେ ତୁ ହି ତୁ’ ଛାଡ଼ିଥିଲେ ପୁନମ୍। ଏ ସଂପର୍କରେ ପୁନମ୍ କହଥିଲେ ଯେ ସେ ଖୁବ୍ ଭାବିଚିନ୍ତିକି ଫିଲ୍ମ କରନ୍ତି। ଚୁକ୍ତିରେ ଖିଲାପ ହେଲେ ସେ ସେଥିରୁ ଓହରି ଆସେ, କାରଣ ଖୁବ୍ ଶୃଙ୍ଖଳିତ ସେ। ଏଠାରେ ସୂଚନାଯୋଗ୍ୟକି ପୁନମ୍ଙ୍କ ଅଭିନୀତ ଅନ୍ୟ ଏକ ସିନେମା ‘ଫେସବୁକ୍’ ଅଧାରେ ଅଟକି ରହିଛି।ଏଥିରେ ବୁଲୁଙ୍କ ଅପୋଜିଟରେ ପୁଣି ଥରେ ନଜର ଆସିବେ ପୁନମ୍ । କିନ୍ତୁ ଦର୍ଶକ ତାଙ୍କୁ ଛୋଟ ପରଦାରେ ତଅପୋଇ ଭୂମିକାରେ ବେଶ ପସନ୍ଦ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/poonam.jpg)