ଏହି ଓଲିଉଡ ନାୟକମାନଙ୍କ ସହ ମାତ୍ର ଦୁଇଟି ସିନେମାରେ ଅନସ୍କ୍ରିନ୍‌ ରୋମାନସ୍‌ କରିଛନ୍ତି ରୀୟା

ଓଲିଉଡ୍‌ର ଗ୍ଲାମରସ୍‌ ନାୟିକା ରୀୟା ଦେ ଆଜିକାଲି କୌଣସି ନୂଆ ସିନେମାରେ କାମ କରୁ ନାହାନ୍ତି। କିନ୍ତୁ ସେ ଚର୍ଚ୍ଚାରେ ରହିଛନ୍ତି। ରୀୟା ପ୍ରାୟ ୭ ବର୍ଷ ହେବ ଓଲିଉଡରେ ସକ୍ରିୟ। ସେ ଏହି ସମୟରେ ଅନୁଭବଙ୍କୁ ବାଦ୍‌ ଦେଇ ଅନ୍ୟ ଅଧିକାଂଶ ଆଗଧାଡ଼ିର ନାୟକଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଛନ୍ତି । ଏମାନଙ୍କ ମଧ୍ୟରେ ସିଦ୍ଧାନ୍ତ, ଅରିନ୍ଦମ୍‌, ବାବୁସାନ୍‌, ସବ୍ୟସାଚୀ, ଆକାଶ ଓ ଅଭିଷେକ ପ୍ରମୁଖଙ୍କ ଅପୋଜିଟ୍‌ରେ ହିରୋଇନ୍‌ ହେବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି ଏହି ଓଲିଉଡ୍‌ ବିଉଟି । ହେଲେ ଆପଣ ଜାଣନ୍ତିକି ଏମାନଙ୍କ ଭିତରୁ ଅରିନ୍ଦମ୍‌,ଆକାଶ ଏବଂ ଅଭିଷେକଙ୍କ ସହ ମାତ୍ର ଦୁଇଟି ସିନେମାରେ ଅନସ୍କ୍ରିନ୍‌ ରୋମାନସ୍‌ କରିବାର ସୁଯୋଗ ପାଇଛନ୍ତି ରୀୟା । ପ୍ରକାରାନ୍ତରେ କହିବାକୁଗଲେଏହି ଓଲିଉଡ ନାୟକଙ୍କ ସହ ହାଟ୍ରିକ୍‌ କରି ନାହାନ୍ତି ରୀୟା ।

ଅରିନ୍ଦମ୍‌ଙ୍କ ବିପକ୍ଷରେ ରୀୟାଙ୍କୁ ଏଯାବତ୍‌ ଦୁଇଟି ଛବିରେ ଦେଖିବାକୁ ମିଳିଛି। ଅରିନ୍ଦମ୍‌- ରୀୟା ଯୋଡ଼ିକୁ ପ୍ରଥମେ ପରଦାକୁ ଆଣିଥିଲେ ନିର୍ଦ୍ଦେଶକ ଦିଲୀପ ପଣ୍ଡା । ଏହି ସିନେମା ହେଲା‘ କ୍ରିମିନାଲ୍‌ –ଦ ରିଅଲ୍‌ ହିରୋ’। ତାପରେ ଏହି ଯୋଡି ପୁଣି ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘କଳକୀ’ସିନେମାରେ ନଜର ଆସିଥିଲେ। ହେଲେ ଏହାପରେ ଅନ୍ୟ କୌଣସି ସିନେମାରେ ଦେଖିବାକୁ ମିଳି ନାହିଁ। ତେବେ ଗତ ବର୍ଷ ମୁକ୍ତିଲାଭ କରିଥିବା ସିନେମା ‘ତୋର ଦିନେକୁ ମୋର ଦିନେ’ରେ ଅରିନ୍ଦମ୍‌ ଏବଂ ରୀୟା ଏକାଠି କାମ କରିଥିଲେ ପରସ୍ପରର ଲଭ୍‌ ଇନଟରେଷ୍ଟ ବନି ନଥିଲେ। ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅରିନ୍ଦମଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଶୀତଲ ଏବଂ ରୀୟାଙ୍କ ନାୟକ ଥିଲେ ଅମ୍ଳାନ।

ଅପରପକ୍ଷରେ ରୀୟା ଆକାଶଙ୍କ ବିପକ୍ଷରେ ଦୀଲିପ ପଣ୍ଡାଙ୍କ ନିର୍ଦ୍ଦେଶିତ ‘ଧର୍ମ-ଦ ଫାଇଟର୍‌’ ଏବଂ ‘ହରି ଓମ୍‌ ହରି’ ରେ ନଜର ଆସିଥିଲେ । ଠିକ୍‌ ସେହିପରି ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ‘ଚୁପ୍‌ ଚୁପ୍‌ ଚୋରି ଚୋରି’ ଏବଂ ଶୈଳେନ୍ଦ୍ରଙ୍କ ନିର୍ଦ୍ଦେଶିତ ‘କଥା ଦେଲି ମଥା ଛୁଇଁ’ ଚକଲେଟ ହିରୋ ଅଭିଷେକଙ୍କ ନାୟିକା ବନିଥିଲେ ରୀୟା। ଏହାପରେ ରୀୟାଙ୍କୁ ଏହି ନାୟକଙ୍କ ସହ ବି ଅନ୍ୟ କୌଣସି ଛବିରେ ଦେଖିବାକୁ ମିଳି ନାହିଁ।

ସମ୍ବନ୍ଧିତ ଖବର