ରିଆଲିଟି ସୋ’ର ମଞ୍ଚରୁ ସିଧାସଳଖ ସୁଟିଂ ସେଟକୁ ଯାଇଥିଲେ ଏହି ଓଲିଉଡ ନାୟିକା

ଭୁବନେଶ୍ୱର: ଓଲିଉଡର ଜଣାଶୁଣା ନାୟିକା ସୂରମୟୀ ଓରଫ ସୂର୍ଯ୍ୟମୟୀ ମହାପାତ୍ରଙ୍କ ତୃତୀୟ ସିନେମା ‘ଶକ୍ତି’ ଏବେ ରିଲିଜ୍‌ ଅପେକ୍ଷାରେ ରହିଛି। ଏଥିରେ ସେ ନବାଗତ କରଣଙ୍କ ବିପକ୍ଷରେ ନଜର ଆସିବେ। ଏକଥା ସମସ୍ତଙ୍କୁ ଜଣା ଯେ ସୂରମୟୀ ସାର୍ଥକର ସିନେମା ‘ଭଲ ପାଏ ତତେ ୧୦୦ରୁ ୧୦୦’ ରେ ନାୟିକା ସାଜି ପରଦାକୁ ଆସିଥିଲେ। ପ୍ରଥମ ସିନେମାରେ ବାବୁସାନଙ୍କ ଭଳି ନାମୀ ଷ୍ଟାରଙ୍କ ବିପକ୍ଷରେ ନାୟିକା ହେବାର ସୁଯୋଗ ପାଇବା କମ୍‌ କଥା ନଥିଲା । ଅବଶ୍ୟ ଏଥିରେ ଶୀତଲ ବି ଥିଲେ ଅନ୍ୟତମ ନାୟିକା ଭୂମିକାରେ।

ଏହାପରେ ସେ ‘ଆଖି ଖୋଲିଲେ ତୁ ହି ତୁ’ରେ କାମ କରିଲେ । ଏହି ସିନେମାରେ ତାଙ୍କର ନାୟକ ବନିଥିଲେ ଦୀପକ। ଏଯାବତ୍‌ ଦୁଇଟି ସିନେମା ରିଲିଜ୍‌ ହୋଇଛି ସୂରମୟୀଙ୍କର। ଆପଣ ଜାଣନ୍ତି କି‘ଭଲ ପାଏ ତତେ ୧୦୦ରୁ ୧୦୦’ ରେ ନାୟିକା ସାଜିବା ପୂର୍ବରୁ ସେ ଅନ୍ୟ ଏକ ସିନେମାରୁ ନାୟିକାଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ।ସୂରମୟୀଙ୍କୁ ଓଲିଉଡରେ ବ୍ରେକ୍‌ ମିଳିଥିଲା ଫିଲ୍ମ‘ଲଭ୍‌ ଅନ୍‌ ଏୟାର୍‌’ରେ। ସେହି ସିନେମାଟି କିନ୍ତୁ ମହୁରତ୍‌ ପରେ ଆଉ ଆଗେଇ ନଥିଲା। ଫଳତଃ ତାଙ୍କର ନାୟିକା ହେବାର ସ୍ୱପ୍ନ ସେତେବେଳେ ଅଧୁରା ରହିଯିବା ଭଳି ଲାଗିଥିଲା । ଏଣୁ ସେ ପ୍ରତିଯୋଗିତା କରି ଏ ଲାଇନରେ ଏଣ୍ଟ୍ରି ନେବାର ମନସ୍ଥ କରିଥିଲେ। ଫଳତଃ ତାଙ୍କୁ ଏକ ରିଅଲିଟି ସୋ’ ‘ମୁଁ ବି ହିରୋଇନ୍‌ ହେବି’ରେ ଅଂଶ ଗ୍ରହଣ କରିବାକୁ ପଡ଼ିଥିଲା।ଏଥିରେ ସେ ବିଜୟିନୀ ହୋଇଥିଲେ ଏବଂ ସେହି ରିଆଲିଟି ସୋ’ର ମଞ୍ଚରୁ ଯାଇଥିଲେ ସିଧାସଳଖ ‘ଭଲ ପାଏ ତତେ ୧୦୦ରୁ ୧୦୦’ ର ସୁଟିଂ ସେଟକୁ। ଏଭଳିଭାବେ ରିଅଲିଟି ସୋ’ଜରିଆରେ ଡେବ୍ୟୁ କରିବାକୁ ପଡ଼ିଥିଲା ତାଙ୍କୁ । ଏହାପରେ ସୂର୍ଯ୍ୟମୟୀ ମହାପାତ୍ରଙ୍କ କ୍ୟାରିଅର୍‌ ନୂଆ ମୋଡ ନେଲା।

ସମ୍ବନ୍ଧିତ ଖବର