‘ଆପଣ ଭାରତୀୟ ପିଲାଙ୍କ ପାଇଁ କ’ଣ କରିଛନ୍ତି?’ ଏପରି ପ୍ରଶ୍ନର ଚତୁରତାର ସହ ଉତ୍ତର ଦେଲେ ପିସି

ନୂଆଦିଲ୍ଳୀ: ଆପଣ ଜାଣିଥିବେ ନିଶ୍ଚୟ ବଲିଉଡ୍‌ରୁ ଯାଇ ହଲିଉଡ୍‌ରେ ନିଜର ଭାଗ୍ୟ ପରୀକ୍ଷା କରୁଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ‘ୟୁନିସେଫ୍‌’ର ବ୍ରାଣ୍ଡ୍‌ ଅମ୍ବାସଡର। ପିିସି ପିଲାମାନଙ୍କ ସହ ସମୟ ଅତିବାହିତ କରିବା ସହ ସେମାନଙ୍କ ସ୍ୱର ବାହରକୁ ଆଣିବା କାର୍ଯ୍ୟରେ ନିଜରକୁ ନିୟୋଜିତ କରିଛନ୍ତି।

ପ୍ରିୟଙ୍କା ବିଦେଶୀ ପିଲାମାନଙ୍କ ସହ ଫଟୋ ଉଠାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‍ କରିବା ପରେ ତାଙ୍କର ଜଣେ ପ୍ରଶଂସକ ପଚାରିଛନ୍ତି ଯେ ‘ମାଡାମ ଭାରତର ପିଲାମାନଙ୍କ ପାଇଁ ଆପଣ କ’ଣ କରିଛନ୍ତି।’

ଏହି ପ୍ରଶଂସକଙ୍କର ପ୍ରଶ୍ନର ବେଶ୍‌ ଚତୁରତାର ସହ ଉତ୍ତର ଦେଇଛନ୍ତି ପିସି। ସେ କହିଛନ୍ତି, ‘ମୁଁ ବିଶ୍ୱାସ କରେ ପିଲା ସବୁବେଳେ ପିଲା। ସେ ଭାରତୀୟ ପିଲା ହେଉ କି ବିଦେଶୀ ପିଲା ହେଉ। ଆମ ବିଶ୍ୱର ସମସ୍ତ ପିଲାଙ୍କ ଭବିଷ୍ୟତକୁ ନେଇ ଯତ୍ନବାନ ହେବା ଉଚିତ। ପୂର୍ବରୁ ଅନେକ ଭାରତୀୟ ପିଲାଙ୍କ ସହ ସମୟ ଅତିବାହିତ କରି ମୁଁ ସେମାନଙ୍କ ପାଇଁ କାର୍ଯ୍ୟ କରିସାରିଛି।’

ସମ୍ବନ୍ଧିତ ଖବର