ପ୍ରଥମ ସିନେମାରେ ଡବଲ ରୋଲ କରିଥିବା ଏହି ଓଡ଼ିଆ ନାୟିକା ହେଲେ ଓ୍ଵାନ୍‌ ଫିଲ୍ମ ଓଣ୍ଡର୍‌

ଭୁବନେଶ୍ୱର: ଓଲିଉଡକୁ ପ୍ରତି ବର୍ଷ ନୂଆ ନାୟିକାମାନଙ୍କର ଆଗମନ ହୋଇଥାଏ। ଏମାନଙ୍କ ଭିତରୁ କେତେକ ଟେଲି ଦୁନିଆଁରୁ ଆସିଥାନ୍ତି। ପ୍ରଥମେ ସିରିଏଲ୍‌ ଏବଂ ତାପରେ ସିନେମାରେ ନାୟିକା ହେବାର ସୁଯୋଗ ମିଳିଥାଏ ସେମାନଙ୍କୁ। ଏମିତି ଜଣେ ନାୟିକା ହେଲେ ଶ୍ରୁତି। ହଁ ସେ ଏକ ମେଗା ଧାରାବାହିକରେ ପ୍ରଥମେ କାମ କରିଥିଲେ। ତାପରେ ଲୋକନାଥ ବାରିକ ଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଫିଲ୍ମ ‘ ମୋ’ ଦିଲ୍‌ କହେ ଇଲୁ ଇଲୁ’ (୨୦୧୬)ରେ ଜଣେ ନବାଗତ ନାୟକଙ୍କ ସହ ଏହି ନବାଗତା ନାୟିକାଙ୍କୁ ଦେଖିବାକୁ ମିଳିଥିଲା ଲିଡ ରୋଲରେ । ଏଥିରେ ଯେଉଁ ନବାଗତା ନାୟିକାଙ୍କର ଆର୍ବିଭାବ ଘଟିଥିଲା, ସେ ହେଲେ ଶ୍ରୁତି ଓରଫ ଶ୍ରୁତି ଦାସ ମହାପାତ୍ର ।

ପ୍ରଥମ ସିନେମାରେ ଦ୍ୱୈତ ଭୂମିକା ନିଭାଇ ଥିଲେ ଶ୍ରୁତି । ଏଥିରେ ତାଙ୍କର ନାୟକ ଥିଲେ ଦେବ ଶ୍ରୀଚନ୍ଦନ। ‘ ମୋ’ ଦିଲ୍‌ କହେ ଇଲୁ ଇଲୁ’ରେ ଅନ୍ୟମାନଙ୍କ ମଧ୍ୟରେ ବିଜୟ ମହାନ୍ତି, ମିହିର ଦାସ ଏବଂ ରବିନ୍‌ ନନ୍ଦ ପ୍ରମୁଖ ଅଭିନୟ କରିଥିଲେ। ଆଗାମୀ ଦିନରେ ଜଣେ ନାୟିକାଭାବେ ଓଲିଉଡରେ ପ୍ରତିଷ୍ଠିତ ହେବେ ବୋଲି ଆଶା କରା ଯାଉଥିଲା , ହେଲେ ସେଭଳି କିଛି ଘଟି ନଥିଲା। କିନ୍ତୁ ଗୋଟିଏ ସିନେମା ପରେ ତାଙ୍କୁ ଆଉ ଦେଖିବାକୁ ମିଳି ନାହିଁ, ଅନ୍ୟ କୌଣସି ଓଡ଼ିଆ ଛବିରେ । ଏପରିକି ସେ ଅନ୍ୟ କୌଣସି ମେଗା ଧାରାବାହିକରେ କାମ କରି ନାହାନ୍ତି ଶ୍ରୁତି। ସତ କହିବାକୁ ଗଲେ ପ୍ରଥମ ସିନେମାରେ ଡବଲ ରୋଲ କରିଥିବା ଏହି ଓଡ଼ିଆ ନାୟିକା ହେଲେ ଓ୍ଵାନ୍‌ ଫିଲ୍ମ ଓଣ୍ଡର୍‌ ।

ସମ୍ବନ୍ଧିତ ଖବର