ରିଲିଜ୍‌ ହେଲା ‘ପ୍ୟାଡ୍‍ମ୍ୟାନ୍‌’ର ଟ୍ରେଲର

ମୁମ୍ବାଇ: ଦୀର୍ଘ ଦିନର ଅପେକ୍ଷା ପରେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ଫ୍ୟାଡ଼୍‍ମ୍ୟାନ୍‌ର ଟ୍ରେଲର ଆଜି ରିଲିଜ୍‌ ହୋଇଛି । ରିଲିଜ୍‌ ହେବା ସଙ୍ଗେ ସଙ୍ଗେ ଏହି ଟ୍ରେଲରକୁ ମିଳିଛି ଦର୍ଶକଙ୍କ ଭଲପାଇବା । ଏହାକୁ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରି ଖୁସି ଜାହିର୍‌ କହିଛନ୍ତି ଅକ୍ଷୟ କୁମାର । ପ୍ରେଜେଣ୍ଟିଙ୍ଗ ଦ ମଚ୍‌ ଆେଓ୍ଵଟେଡ଼୍‍ ପ୍ୟାଡ୍‍ମ୍ୟାନ୍‌ ଟ୍ରେଲର, ଦିସ୍‌ ଓା୍ଵନ୍‌ସ ଫର୍‌ ଦ ମ୍ୟାଡ଼୍‍ ଓ୍ଵାନ୍‌ସ, ଦ ଓ୍ଵାନ୍‌ ହୁ ଆର୍‌ କ୍ରେଜି ଏନଫ୍‌ ଟୁ ଚେଞ୍ଜ ଦ ଓ୍ଵାର୍ଲଡ଼୍‍ ବୋଲି ଲେଖିଛନ୍ତି ପ୍ୟାଡ଼୍‍ମ୍ୟାନ୍‌ ଅକ୍ଷୟ କୁମାର । ଟ୍ରେଲରଟି ଅମିତାଭ ବଚ୍ଚନ୍‌ଙ୍କ ସ୍ୱରରୁ ଆରମ୍ଭ ହେଉଛି ଯେଉଁଥିରେ ସେ ଅକ୍ଷୟ କୁମାରଙ୍କ ଚରିତ୍ର ବିଷୟରେ ଦର୍ଶକଙ୍କୁ ଜଣାଉଛନ୍ତି ।

ଗ୍ରାମର ମହିଳାମାନଙ୍କୁ ମେନ୍‌ଷ୍ଟଆଲ ହାଇଜିନ୍‌ ବିଷୟରେ ସଚେତନ କରାଇବାକୁ ଯାଇ ତାଙ୍କୁ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ତାହା ଏଥିରେ ଦେଖିବାକୁ ମିଳିଛି। । ଅକ୍ଷୟଙ୍କ ଏଭଳି କାମ ଦେଖି ତାଙ୍କ ସ୍ତ୍ରୀ (ରାଧିକା ଆପ୍‌ତେ) ତାଙ୍କୁ ଛାଡ଼ି ଚାଲି ଯାଉଥିବା ବେଳେ ସୋନମ୍‌ କପୁର ତାଙ୍କୁ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ କିପରି ସାହାଯ୍ୟ କରିଛନ୍ତି ତାହା ମଧ୍ୟ ଦେଖିବାକୁ ମିଳିଛି । ଏହି ଫିଲ୍ମର ଅକ୍ଷୟଙ୍କ ପୂର୍ବ ଫିଲ୍ମ ‘ଟଏଲଟ୍‌ : ଏକ ପ୍ରେମ୍‌ କଥା’ ସହ କିଛିଟା ସମାନତା ରହିଥିବା ଜଣା ପଡ଼ିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଆର୍‌.ବାଲ୍‌କି ଦେଇଥିବା ବେଳେ ମୁଖ୍ୟ ଭୂମିକାରେ ଦେଖାଦେବେ ଅକ୍ଷୟ କୁମାର, ସୋନମ୍‌ କପୁର ଏବଂ ରାଧିକା ଆପ୍‌ତେ । ଫିଲ୍ମଟି ୨୬ ଜାନୁଆରି ୨୦୧୮ ରିଲିଜ୍‌ ହେବାକୁ ଥିବା ବେଳେ ବିଷେଶ ଭୂମିକାରେ ନଜର ଆସିବେ ଅମିତାଭ ବଚ୍ଚନ୍‌ ।

ସମ୍ବନ୍ଧିତ ଖବର