ଘନେଇଲା କଙ୍ଗନା-ନିହାଲନୀ ବିବାଦ: ସେ କେବଳ ଅନ୍ୟମାନଙ୍କୁ ନେଇ ମିଛ କହି ଜାଣନ୍ତି ବୋଲି କହିଲେ ନିହାଲନୀ

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ସେନ୍ସର ବୋର୍ଡର ପୂର୍ବତନ ମୁଖ୍ୟ ପହଲାଜ୍‌ ନିହାଲନୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ । । ନିହାଲନୀ କଙ୍ଗନାଙ୍କୁ ଏକ ଫିଲ୍ମ ଅଫର କରିବା ସହ ଫିଲ୍ମ ପାଇଁ ଅର୍ନ୍ତବସ୍ତ୍ର ନ ପିନ୍ଧି ଫଟୋସୁଟ୍‌ କରିବାକୁ କହିଥିବା କଥା କଙ୍ଗନା ଗତକାଲି ନିଜର ଏକ ବୟାନରେ ଜଣାଇଥିଲେ । ଏହାର ଜବାବ ରଖି ମୋ ସହ ଖେଳ ନାହିଁ, ମୋ ପାଖରେ ମଧ୍ୟ କହିବାକୁ ବହୁତ କିଛି ଅଛି ବୋଲି କହିଥିଲେ ନିହାଲନୀ । ଏବେ ପୁଣି ଥରେ ସେ ଚୁପ୍‌ ନ ରହି କଙ୍ଗନାଙ୍କ ଗୋଟେ ପରେ ଗୋଟେ ରାଜ୍‌ ଖୋଲୁଥିବା ଦେଖା ଯାଇଛି । ମିଳିଥିବା ସଫଳତା ପାଇଁ କଙ୍ଗନା ଯୋଗ୍ୟ ନୁହନ୍ତି ବୋଲି କହି ନିହଲାନୀ ବିବାଦକୁ ଆହୁରି ବଢ଼ାଇଛନ୍ତି । ଏହା ସହ କଙ୍ଗନାଙ୍କ ମୋବାଇଲ ନମ୍ବର ବଦଳାଇବା କଥାକୁ ମଧ୍ୟ ମିଛ ବୋଲି କହିଛନ୍ତି ନିହଲାନୀ ।

ସୂଚନା ମୁତାବକ, କଙ୍ଗନା ନିହ୍‌ଲାନୀଙ୍କ ଉପରେ ବିନା ଅର୍ନ୍ତବସ୍ତ୍ରରେ ଫଟୋସୁଟ୍‌ କରାଇଥିବାର ଅଭିଯୋଗ ଆଣିବା ସହ ଫଟୋସୁଟ୍‌ ପରେ ସେ ସେଟ୍‌ରୁ ତୁରନ୍ତ ଚାଲି ଆସିବା ସହ ଫୋନ ନମ୍ବର ବଦଳାଇ ଦେଇଥିବା କହିଥିଲେ । ଏବେ କଙ୍ଗନା ନମ୍ବର ବଦଳାଇବା କଥାକୁ ମିଛ ବୋଲି କହି କଙ୍ଗନା ଏବେ ବି ସେ ନମ୍ବର ବ୍ୟବହାର କରୁଥିବା କହିଛନ୍ତି ନିହାଲନୀ ।

India Today

ତାଙ୍କ କହିବା ଅନୁଯାୟୀ, କଙ୍ଗନା ମୋତେ ନେଇ ବିବାଦୀୟ ବୟାନ ଦେବା ପରେ ମୁଁ ତାଙ୍କ ପରୁଣା ନମ୍ବରକୁ କଲ୍‌ କରିଥିଲି । ସେ ମୋ ଫୋନ୍‌ ନ ଉଠାଇ, ମୁଁ ତୁମ ସହ ଆଜି କଥା ହେବି ବୋଲି ମେସେଜ କରିଥିଲେ । ଯଦି ସେ ନମ୍ବର ବଦଳାଇଥିଲେ, ତେବେ ମେସେଜ୍‌ କିପରି କଲେ? କଙ୍ଗନା ଆଜି ପର୍ଯ୍ୟନ୍ତ କେବଳ ମିଛ କହି ଆସିଛନ୍ତି । ତାଙ୍କୁ ମୋର ସେହି ଫଟୋସୁଟ୍‌ ପରେ ହିଁ ସଫଳତା ମିଳିବା ଆରମ୍ଭ ହୋଇଥିଲା । କିନ୍ତୁ ଏବେ ସେ ମୋତେ ନେଇ ମିଛ କହୁଛନ୍ତି । ମିଳିଥିବା ସଫଳତା ପାଇଁ ଯୋଗ୍ୟ ନୁହନ୍ତି ବୋଲି କହିଛନ୍ତି ନିହ୍‌ଲାନୀ ।

ସମ୍ବନ୍ଧିତ ଖବର