ଗୋବିନ୍ଦାଙ୍କଉପରେ ଏକ ଗୀତର ସୁଟିଂପାଇଁ ତିନି କୋଟି ଖର୍ଚ୍ଚ କଲେ ନିର୍ମାତା !

ମୁମ୍ବାଇ: ପ୍ରଖ୍ୟାତ ନିର୍ମାତା ପହଲାଜ୍‌ ନିହଲାନୀ ଏବେ ଡ୍ୟାନ୍ସିଂ ଷ୍ଟାର୍‌ ଗୋବିନ୍ଦାଙ୍କୁ ନେଇ ଏକ ନୂଆ ସିନେମା ନିର୍ମାଣ କରୁଛନ୍ତି। ଏହି ଫିଲ୍ମର ଟାଇଟଲ୍‌ ହେଲା ‘ରଙ୍ଗୀଲା ରାଜା’। ଏହି ସିନେମାର ଏକ ଗୀତ ଦୃଶ୍ୟ ପାଇଁ ସେ ତିନି କୋଟି ଟଙ୍କା ଖର୍ଚ୍ଚ କରିଥିବା କଥା ସ୍ୱୀକାର କରିଛନ୍ତି ପହଲାଜ୍‌ ନିହଲାନୀ।
ଏହି ଗୀତ ଦୃଶ୍ୟରେ ଗୋବିନ୍ଦାଙ୍କ ସହିତ ୫୦ ଜଣ ଡ୍ୟାନ୍ସର ନୃତ୍ୟ ପରିବେଷଣ କରିଛନ୍ତି। ଗୋବିନ୍ଦା ‘ରଙ୍ଗୀଲା ରାଜା’ ସିନେମାରେ ଜଣେ ବିଳାସୀ ବ୍ୟବସାୟୀ ଭୂମିକାରେ ନଜର ଆସିବେ। ଚର୍ଚ୍ଚା ହେଉଛି ଯେ ଏହି ସିନେମାରେ କାହାଣୀ ଦେଶରୁ ପଳାୟନ କରିଥିବା ବିଶିଷ୍ଟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଉପରେ ଆଧାରିତ।
ବିଜୟ ମାଲ୍ୟା ଯେଉଁ ଭଳି ସବୁବେଳେ ଯୁବତୀମାନଙ୍କ ମେଳରେ ରହୁଥିଲେ ‘ରଙ୍ଗୀଲା ରାଜା’ ମଧ୍ୟ ସେଭଳି ଚରିତ୍ରରେ ଅଛନ୍ତି। ଯେଉଁ ଗୀତ ଦୃଶ୍ୟ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି, ତାର କୋରିଓଗ୍ରାଫି କରିଥିଲେ ଚିନ୍ନି ପ୍ରକାଶ।


ନିର୍ମାତା-ନିର୍ଦ୍ଦେଶକ ପହଲାଜ ନିହଲାନୀ କହିଛନ୍ତି ‘ରଙ୍ଗୀଲା ରାଜା’ ସଂପୂର୍ଣ୍ଣ ରୂପେ ମାଲ୍ୟାଙ୍କ କ୍ୟାଲେଣ୍ଡର ଉପରେ ଆଧାରିତ।

ସମ୍ବନ୍ଧିତ ଖବର