ନୂଆ ନୂଆ ପାର୍ଟନରଙ୍କ ସହ ଏହି ଓଲିଉଡ ନାୟକ

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ନାୟକ ସମ୍ବିତ ତାଙ୍କର ତିନି ନୂଆ ପାର୍ଟନରଙ୍କ ସହ ପରଦାକୁ ଆସୁଛନ୍ତି। ଏଥିମଧ୍ୟରୁ ଜଣେ ହେଲେ ସଂପୂର୍ଣ୍ଣ ନବାଗତା ଏବଂ ଅନ୍ୟ ଦୁଇଜଣ ପରିଚିତା । ସମ୍ବିତ୍‌ ଇତିମଧ୍ୟରେ କେତେ ଜଣ ନାୟିକାଙ୍କ ବିପକ୍ଷରେ କାମ କରିସାରିଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ନବାଗତା ବି ଅନ୍ତର୍ଭୁକ୍ତ । ଚଳିତ ମାସରେ ମୁକ୍ତିଲାଭ କରିଥିବା ‘ହାପି ଲକି’ରେ ସମ୍ବିତ୍‌ ଯେଉଁ ନବାଗତାଙ୍କ ସହ ନଜର ଆସିଥିଲେ, ସେ ହେଲେ ସସ୍ମିତା।

ଏବେ ସମ୍ବିତ୍‌ ଓଲିଉଡର ଅଳ୍ପ ପରିଚିତା ଜଣେ ନାୟିକା ସହ ପ୍ରଥମ ଥର ଲାଗି ସ୍କ୍ରିନ୍‌ ସେଆର୍‌ କରିଛନ୍ତି । ସେ ହେଲେ ଅଙ୍କିତା । ଅଙ୍କିତା ପୂର୍ବରୁ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ମିଠାମିଠା’ରେ ନାୟିକା ଭୂମିକାରେ ଅଭିନୟ କରିଛନ୍ତି। ଦର୍ଶକ ସମ୍ବିତଙ୍କ ସହିତ ଅଙ୍କିତାଙ୍କୁ ପ୍ରଥମ ଥର ପାଇଁ ଯେଉଁ ସିନେମାରେ ଦେଖିବାକୁ ପାଇବେ, ତାହା ହେଲା ‘ ମନ ଖାଲି ତତେ ଚାହେଁ ’ । ଏହାର ନିର୍ଦ୍ଦେଶକ ହେଲେ ନିମାଇଁ ଓଝା । ଏହି ସିନେମାରେ ସମ୍ବିତ- ଅଙ୍କିତାଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ । ଏହା ଏକ ଲଭ୍‌ଷ୍ଟୋରି । କୁହାଯାଉଛି ଯେ ଫିଲ୍ମରେ ସମ୍ବିତଙ୍କ ଭୂମିକାଟି ଯେମିତି ଦମଦାର୍‌, ଅଙ୍କିତାଙ୍କ ଅଭିନୀତ ଚରିତ୍ରଟି ବି ସେମିତି ବଳିଷ୍ଠ । ଏହି ସିନେମାରେ ଅନୀତା ଦାସଙ୍କୁ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।

ତାପରେ ସମ୍ବିତଙ୍କୁ ରୀୟାଙ୍କ ସହିତ ଦୁଇଟି ସିନେମା ‘ଯୋଉଠି ଥିଲେ ବି ତୁ ମୋର’ ଏବଂ ‘ପ୍ରେମପାଇଁ ମହାଭାରତ’ରେ ଦେଖିବାକୁ ପାଇବେ ସିନେପ୍ରେମୀ। ଠିକ୍‌ ସେହିପରି ସମ୍ବିତ-ସମ୍ଭାବନାଙ୍କ ଯୋଡିକୁ ଦର୍ଶକ ‘ବିଶ୍ୱନାଥ’ ସିନେମାରେ ଦେଖିବାକୁ ପାଇବେ।

ସମ୍ବନ୍ଧିତ ଖବର