ଶ୍ରୀଦେବୀଙ୍କ ମୃତ୍ୟୁ ବାର୍ଷିକୀରେ ତାଙ୍କ ଫଟୋ ଅପ୍‌ଲୋଡ୍‌ କରି ଫସିଲେ ପାକ୍‌ ଅଭିନେତା, ଫଟୋ ହଟାଇବା ସହ କ୍ଷମା ମାଗିଲେ

ନୂଆଦିଲ୍ଲୀ : ପାକିସ୍ତାନର ଜଣେ ଲୋକପ୍ରିୟ ଅଭିନେତା ଭାରତ-ପାକ୍‌ ମଧ୍ୟରେ ଅଶାନ୍ତିର ବାତାବରଣ ଚାଲିଥିବା ସମୟରେ ଶ୍ରୀଦେବୀଙ୍କ ଫଟୋ ଅପ୍‌ଲୋଡ୍‌ କରି ବିବାଦ ଘେରକୁ ଆସିଥିଲେ । ଭାରତ-ପାକ୍‌ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପାକ୍‌ ଅଭିନେତା ଅଦନାନ୍‌ ସିଦ୍ଦିକୀ ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁ ବାର୍ଷିକୀରେ ତାଙ୍କ ଫଟୋ ଅପ୍‌ଲୋଡ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅଦ୍‌ନାନ୍‌ଙ୍କ ଏଭଳି କାମ ପାକିସ୍ତାନବାସୀଙ୍କୁ ପସନ୍ଦ ନ ଆସିବା ସହ ସେମାନେ ଅଦ୍‌ନାନ୍‌ଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ । ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଅଦ୍‌ନାନ୍‌ ଶ୍ରୀଦେବୀଙ୍କ ଫଟୋ ହଟାଇବା ସହ କ୍ଷମା ମାଗିଥିବା ଦେଖା ଯାଇଥିଲା ।

.filmibeat.com

“ମୁଁ କରିଥିବା ପୋଷ୍ଟ ଏକ ଶ୍ରଦ୍ଧାଞ୍ଜଳି ପୋଷ୍ଟ ଥିଲା । ବ୍ୟକ୍ତିଗତ ସ୍ତରରେ ଜଣେ ସହ-କଳାକାରଙ୍କୁ ମନେ ପକାଇ କରାଯାଇଥିଲା । କିନ୍ତୁ ପରେ ମୁଁ ଅନୁଭବ କଲି କି, ସାର୍ବଜନୀନ ସ୍ତରରେ ମୋର ଏଭଳି କରିବା ଠିକ୍‌ ନ ଥିଲା । ସମସ୍ତଙ୍କ ଭାବନାକୁ ସମ୍ମାନ ଜଣାଇ ମୁଁ ଏହି ପୋଷ୍ଟ ହଟାଉଛି” ବୋଲି ଲେଖିଥିଲେ ଅଦ୍‌ନାନ୍‌ । ଫିଲ୍ମ ‘ମମ୍‌’ରେ ଶ୍ରୀଦେବୀଙ୍କ ସହ ଅଦ୍‌ନାନ୍‌ ସ୍କ୍ରିନ୍‌ ସେୟାର କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର