ପାକିସ୍ତାନରେ ପ୍ରଦର୍ଶିତ ହେବନି ଅନୁଷ୍କାଙ୍କ ‘ପରୀ’ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ପାକିସ୍ତାନରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର ‘ପରୀ’ ଉପରେ ନିଷେଧାଦେଶ ଜାରି ହୋଇଛି। ଏଥିରେ କଳାଯାଦୁର କାହାଣୀ ରହିବା ସହ କେତେକ ମୁସ୍‌ଲିମ୍‌ ବିରୋଧୀ ଭବନାକୁ ଚିତ୍ରିତ କରାଯାଇଥିବାରୁ ଏହାକୁ ପାକିସ୍ତାନରେ ପ୍ରଦର୍ଶିତ ହେବାକୁ ଦିଆଯିବ ନାହିଁ ବୋଲି ଜାଣିବାକୁ ମିଳିଛି। ପାକିସ୍ତାନ ସେନ୍‌ସର ବୋର୍ଡ ଏହି ହିନ୍ଦୀ ଭୂତ ଚଳଚ୍ଚିତ୍ରଟିକୁ ଉପରେ ନିଷେଧାଦେଶ ଜାରି କରିବାର କାରଣ ହେଉଛି ଏଥିରେ ଗୁଡ଼ାଏ ଆପତ୍ତିଜନକ ଦୃଶ୍ୟ ଦେଖାଯାଇ କୋରାନର ଅପମାନ ହୋଇଛି ବୋଲି ଅଭିଯୋଗ ହୋଇଛି। ପାକିସ୍ତାନୀମାନେ ଅଭିଯୋଗ ଆଣିଛନ୍ତି ଯେ ‘ପରୀ’ର କାହାଣୀ, ସଂଳାପ ଆଦି ମୁସ୍‌ଲମାନ ଧର୍ମର ମୂଲ୍ୟ କ୍ଷୁର୍ଣ୍ଣ କରୁଛି। କାହିଁକି ନା କଳାଯାଦୁର ସଂଜ୍ଞା ଇସ୍‌ଲାମ ଧର୍ମରେ ଭିନ୍ନ ଭାବେ ବର୍ଣ୍ଣିତ।

ଉଲ୍ଲେଖଯୋଗ୍ୟ, ପରୀ ଚଳଚ୍ଚିତ୍ରଟିରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଦୁଇଟି ଚରିତ୍ରରେ ନଜର ଆସୁଛନ୍ତି। ଚଳଚ୍ଚିତ୍ରଟି ସମସ୍ତ ଦୃଷ୍ଟିରୁ ଅନ୍ୟ ସବୁ ଭୂତ ଚଳଚ୍ଚିତ୍ର ଆପେକ୍ଷା ଢେର୍‌ ଭିନ୍ନ। ଗତ ମାସ ପାକିସ୍ତାନରେ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ପ୍ୟାଡ ମ୍ୟାନ’ ପ୍ରଦର୍ଶନ ନେଇ ମଧ୍ୟ ନିଷେଧାଦେଶ ଜାରି ହୋଇଥିଲା।

ସମ୍ବନ୍ଧିତ ଖବର