ଇସ୍ଲାମବାଦ୍: ପାକିସ୍ତାନର ତେଜ୍ ବୋଲର୍ ହସନ ଅଲ୍ଲୀ ଜଣେ ଭାରତୀୟ ଯୁବତୀଙ୍କୁ ବିବାହ କରିଛନ୍ତି। ମଙ୍ଗଳବାର ମୁମ୍ବାଇଠାରେ ଭାରତୀୟ ଯୁବତୀ ସାମିଆ ଆରଜୁଙ୍କୁ ସେ ବିବାହ କରିଥିବା ସୂଚନା ରହିଛି। ସୋସିଆଲ୍ ମିଡିଆରେ ଏହି ସେଲିବ୍ରେଟି ଦମ୍ପତିଙ୍କ ବିବାହର ଫଟୋ ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
ରିପୋର୍ଟ ଅନୁସାରେ, ‘୨୬ ବର୍ଷୀୟ ସାମିଆ ହରିଆଣାର ବାସିନ୍ଦା। ସାମିଆର ପରିବାର ଲୋକ ଦିଲ୍ଲୀରେ ରୁହନ୍ତି। ସେ ଫରିଦାବାଦ୍ର ଏକ ୟୁନିଭରସିଟିରେ ବିଟେକ୍ କରିଛନ୍ତି। ସେ ଅମିରାତ ଏୟାର୍ଲାଇନ୍ରେ ଫ୍ଲାଇଟ୍ ଇଞ୍ଜିନିୟର୍ ଭାବେ କାମ କରନ୍ତି। ୟା ପୂର୍ବରୁ ସେ ଜେଟ୍ ଏୟାର୍େଓ୍ଵଜ୍ରେ କାମ କରି ସାରିଛନ୍ତି।
intoday.inଜାଣିବାକୁ ମିଳିଛି ଯେ ସାମିଆଙ୍କ ଜେଜେବାପାଙ୍କର ପାକିସ୍ତାନରେ ଜଣେ ଭାଇ ରହୁଥିଲେ। ସେ ଭାଇ ଜଣଙ୍କ ହସନ ଅଲ୍ଲୀଙ୍କ ପରିବାରର। ଭାରତ ପାକ୍ ବିଭାଜନ ବେଳେ ସେମାନଙ୍କ ପରିବାର ଅଲଗା ହୋଇ ଯାଇଥିଲେ। ତେବେ, ବହୁ ଦିନ ପରେ ପୁଣି ଥରେ ପାରିବାରିକ ସଂପର୍କ ଗଢ଼ି ବେଶ୍ ଖୁସି ଅଛନ୍ତି ହସନ୍। ଭାଇରାଲ୍ ହୋଇଥିବା ଭିଡିଓରେ ହସନ ବେଶ୍ ମଜ୍ଜାକ କରୁଥିବା ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/hasan-ali-marriage_082119045744.jpg)