ଦୁଇଟି ଫିଲ୍ମ ପରେ ନିର୍ବନ୍ଧ କଲେ ଶ୍ରୀଦେବୀଙ୍କ ସାବତ ଝିଅ, ଭାବିସ୍ୱାମୀଙ୍କ ସହ ସେୟାର କଲେ ଫଟୋ

ମୁମ୍ବାଇ : ଫିଲ୍ମ ମମ୍‌ରେ ଶ୍ରୀଦେବୀଙ୍କ ସାବତ ଝିଅର ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ସଜଲ ଅଲ୍ଲୀ ନିର୍ବନ୍ଧ କରି ନେଇଥିବା ଜଣା ପଡ଼ିଛି । ସଜଲ ଜଣେ ପାକିସ୍ତାନୀ ଅଭିନେତ୍ରୀ ହୋଇଥିବା ବେଳେ ୨୦୧୬ରେ ଫିଲ୍ମ ଜିନ୍ଦଗୀ କିତ୍‌ନୀ ହସିନ ହେରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ଦୁଇଟି ଫିଲ୍ମ କରିବା ପରେ ଏବେ ସେ ନିର୍ବନ୍ଧ କରିଛନ୍ତି ଏବଂ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

Amar Ujala

ଦୀର୍ଘ ସମୟ ଧରି ସେ ଅହଦ ରଜା ମୀରଙ୍କୁ ଡେଟ୍‌ କରୁଥିବା ବେଳେ ଶେଷରେ ତାଙ୍କ ସହ ନିର୍ବନ୍ଧରେ ବାନ୍ଧି ହୋଇଛନ୍ତି ସଜଲ । ଅହଦଙ୍କ ସହ ଫଟୋ ସେୟାର କରି ଆଜି ଜୀବନରେ ନୂଆ ଆରମ୍ଭ ହୋଇଛି । ଆଜି ମୁଁ ଖୁସିର ସହ ଘୋଷଣା କରୁଛି କି, ପରିବାରର ଆର୍ଶୀବାଦ ସହ ଆମେ ଦୁହେଁ ନିର୍ବନ୍ଧ କରିଛୁ ବୋଲି ଲେଖିଥିଲେ ସଜଲ । ତେବେ ପୂର୍ବରୁ ଦୁହେଁ ଅନେକ ଟିଭି ସୋ’ରେ ନଜର ଆସି ସାରିଛନ୍ତି । ଆଙ୍ଗନ ଏବଂ ୟକିନ ଭଳି ଧାରାବାହିକରେ ଦୁହେଁ ସାଥୀରେ କାମ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର